ଥୁଆମୂଳ ରାମପୁର ଠାରେ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ l
ସାମ୍ବିଧାନିକ ଅଧିକାରରେ ଶିକ୍ଷିତ, ସଂଗଠିତ, ସଂଘର୍ଷ ହେବା ପାଇଁ ସମସ୍ତଙ୍କ ପ୍ରୟାସ l
ଥୁଆମୂଳ ରାମପୁର,୧୪/୦୪-(ଦୁର୍ଗା କୀର୍ତ୍ତି):- ଜୟ ଭୀମ ନାରା ରେ କମ୍ପି ଉଠିଲା ବ୍ଲକ୍ ର ବିଭିନ୍ନ ଅଞ୍ଚଳ l କଳାହାଣ୍ଡି ଥୁଆମୂଳ ରାମପୁର ସଦର ମହକୁମା ଠାରେ ଦଳିତ ସଚେତନ ସଂଗଠନ ଥୁଆ ମୂଳ ରାମପୁର ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ବିଶ୍ବରତ୍ନ ଡଃ ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତି ସୋମବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଥୁଆମୂଳ ରାମପୁର ସଦମହକୁମା ସମେତ ବଡ଼ଛତ୍ରଙ୍ଗ, ବିରିକୋଟ, ବଳଙ୍ଗି, ଡାକକୋଟା, ପୋଖର, କାଠକୁରା, ପୋଇଗୁଡ଼ା, ଦେରଗୁଡ଼ା, ଟିକ୍ରାଗୁଡ଼ା ଏବଂ କୋଷାବରା ଗ୍ରାମର ଅନେକ ସହ ସହ ବାବା ଭୀମ ରାଓ ପ୍ରେମୀ ତଥା ଜନସାଧାରଣ ଉପସ୍ଥିତ ରହି ଆୟୋଜିତ ସମାରୋହରେ ଯୋଗଦେଇ ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅତୁଳନୀୟ ଅବଦାନକୁ ମନେପକାଇ ଆମ୍ବେଦକରଙ୍କ ଭୂମିକା ସଂପର୍କରେ ଅବତାରଣା କରି ତାଙ୍କରି ଆଦର୍ଶକୁ ଉଜ୍ଜିବୀତ ରଖିବା ନିମନ୍ତେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଲୋଚନା କରିଥିଲେ l

ପ୍ରାରମ୍ଭରେ ବାବା ଖଣ୍ଡୁ ଆଳ ଖେଳ ପଡିଆ ଠାରୁ ଏକ ବିଶାଳ ବାଇକ୍ ରାଲି ବାହାରି ଥୁଆମୂଳ ରାମପୁର ସ୍ଥିତ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ଡଃ ଆମ୍ବେଦକରଙ୍କ ପ୍ରତିମୁର୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ସମତେ କେଣ୍ଡେଲ ଜାଳି ବାବାସାହେବ ଙ୍କୁ ସ୍ମରଣ କରିଥିଲେ l

ପରେ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ଭ୍ରମଣ କରି ସେଶରେ ଏକ ସାଧାରଣ ବୈଠକ ରେ ସମସ୍ତେ ଯୋଗଦେଇ ଆଗାମୀ ଦିନରେ କେମିତି ବାବା ଭୀମ ରାଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ପ୍ରଚାର ପ୍ରସାର କରି କେମିତି ସମସ୍ତେ ବାବା ଙ୍କ ଆଦର୍ଶ ଏବଂ ସାମ୍ବିଧାନିକ ଅଧିକାରରେ ଶିକ୍ଷିତ, ସଂଗଠିତ ହେବା ସଙ୍ଗେ ସଙ୍ଗେ ସଂଘର୍ଷ କରିବେ ସେନେଇ ସମସ୍ତେ ଆଲୋଚନା କରିଥିଲେ l