ଥୁଆମୂଳ ରାମପୁର ଥାନା ପକ୍ଷରୁ ଆତ୍ମହତ୍ୟା ବିରୋଧୀ ଓ ଆତ୍ମ ବଳୀଦାନକୁ ଏକ ସଚେତନତା ଶିବିର କାର୍ଯ୍ୟକ୍ରମ I
ଥୁଆମୂଳ ରାମପୁର:୧୮/୦୮-(ଦୁର୍ଗା କୀର୍ତ୍ତି):- ସମାଜରେ ଆତ୍ମହତ୍ୟା ଓ ଆତ୍ମ ବଳୀଦାନ ଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଏକ ଦୁଃଖ ଦାୟକ ବିଷୟ ହୋଇପଡୁଛି। ଏହା ବିରୋଧରେ ସଚେତନ ହେବା ସହିତ ସମାଧାନ କରିବା ଦିଗରେ ପରିବାର ଠାରୁ ଆରମ୍ଭ କରି ସମାଜ କ୍ଷେତ୍ରରେ ସମସ୍ତଙ୍କ ଦାୟିତ୍ୱ ରହିଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ଏହି ବିଷୟ ଉପରେ ପ୍ରକୃତରେ ସଚେତନ ନରହିବା ଯୋଗୁଁ ହିଁ ଏହି ଭଳି ଘୃଣ୍ୟ ଘଟଣା ସମାଜରେ ଘଟିଚାଲିଛି, ଏହା ପ୍ରତି ସମସ୍ତଙ୍କ ଦାୟିତ୍ୱ ରହିଛି ତଥାପି ଏହା ବିରୋଧରେ ସଚେତନତା ଘୋର ଅଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଆତ୍ମହତ୍ୟା ବିରୋଧୀ ଓ ଆତ୍ମବଳୀଦାନ ଭଳି ଘୃଣ୍ୟ କାର୍ଯ୍ଯକୁ ସମାଜରୁ ହଟାଇବା ପାଇଁ ବିଭିନ୍ନ କଲେଜ୍ ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରିରହିଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପୋଲିସ ଥାନା ପକ୍ଷରୁ ମଧ୍ୟ ଥାନା ଭାରପ୍ରାପ୍ତ ଅଧିକାରୀ କୈବଲ୍ଯ ସେଠଙ୍କ ତତ୍ବାବଧାନରେ ଆତ୍ମହତ୍ଯା ବିରୋଧୀ ଓ ଆତ୍ମବଳୀଦାନ ବିଷୟରେ ସୋମବାର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି +୨ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ଶିବିରରେ
ବିଡ଼ିଓ ଧ୍ରୃବ ଚରଣ ମୁଦୁଲି, +୨ କଲେଜ୍ ଅଧ୍ଯକ୍ଷ ସତ୍ଯନାରାୟଣ ମୁଣ୍ତଛିନା, ଥାନା ଏସଆଇ ରଶ୍ମିରଞ୍ଜନ ବାଗ, ସରୋଜ କୁମାର ପତ୍ତଯୋଷୀ ପ୍ରମୁଖ ଉପରେ ରହିଥିବା ବେଳେ ଅଧ୍ଯାପକ ବବୃ ବାହାନ ବୁଦ୍ଧିଆ ଉକ୍ତ ଶିବିରକୁ ପରିଚାଳନା କରିଥିଲେ। ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସେଠ୍ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ବକ୍ତବ୍ଯରେ ପ୍ରକାଶ କରି କହିଥିଲେ ଯେ ସମାଜରେ ଘଟୁଥିବା ଆତ୍ମହତ୍ୟା ଓ ଆତ୍ମବଳିଦାନ ବିରୋଧରେ ସମସ୍ତେ ସଚେତନ ରହି କିଭଳି ଭାବରେ ଏହାକୁ ରୋକା ଯାଇପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ସେହିପରି ଅନ୍ଯାନ୍ଯ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟା ବିରୋଧୀ ଓ ଆତ୍ମବଳିଦାନ ବିଷୟରେ ବୁଝାଇଥିଲେ ଓ ଏହା ଉପରେ ସମସ୍ତେ ସଚେତନ ରହିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ କନେଷ୍ଟବଳ ଶିବଶଙ୍କର ମାଝୀ ,ହୁମଗାର୍ଡ କାହ୍ନୁ ନାଏକ , ହୋମଗାର୍ଡ ବାସୁଦେବ ନାଏକଙ୍କ ସମେତ୍ କଲେଜର ଅନ୍ଯାନ୍ଯ କର୍ମଚାରୀ ସହଯୋଗ କରିଥିଲେ।