ଥୁଆମୂଳ ରାମପୁର ସଦର ସିଆରସିସି ଝାଜରୁ ମାଝୀଙ୍କ ଦେହାନ୍ତ l

ଥୁଆମୂଳ ରାମପୁର,୧୭/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ସିଆରସିସି ଝାଜରୁ ମାଝୀଙ୍କ ଶନିବାର ସନ୍ଧ୍ୟାରେ ଦେହାନ୍ତ ହୋଇଥିବା ବେଳେ ଶିକ୍ଷକ, ଛାତ୍ର ଛାତ୍ରୀଙ୍କ ସମେତ ଅଞ୍ଚଳ ବାସୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିଲା ଜଣାପଡ଼ିଛି l ଶନିବାର ଡାକକୋଟା ଗ୍ରାମର ଝାଜରୁ ମାଝୀଙ୍କ ହଟାତ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ନେଉଥିଲେ ।

ହଟାତ କିଆପଦର ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗ୍ରାମର ଶ୍ମଶାନ ରେ ତାଙ୍କର ଶବ ସତ୍କାର କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଘରେ ସ୍ତ୍ରୀ, ଦୁଇପୁଅ ଓ ଗୋଟିଏ ଝିଅ ଥିବା ବେଳେ ତାଙ୍କ ମୃତ୍ୟୁ ପରେ ପାରିବାର ଲୋକେ ଭାଙ୍ଗି ପଡିଛନ୍ତି । ଘରେ ଜଣେ ମାତ୍ର ମୁରିବୀ ଥିବା ବେଳେ ଏବେ ଝାଜରୁ ମାଝୀ ଙ୍କ ମୃତ୍ୟୁ ନେଇ ପରିବାର ମଧ୍ୟରେ ଦୁଃଖର ପାହାଡ଼ ଘେରିଯାଇଛି l ଅନ୍ୟ ପକ୍ଷରେ ସ୍ୱର୍ଗତ ଝାଜରୁ ମାଝୀ ଜଣେ ମେଳାପୀ ଦକ୍ଷ, ନୀଷ୍ଠୁର, ପରୋପକାରୀ ଶିକ୍ଷକ ଥିଲେ । ତାଙ୍କର ବିୟୋଗରେ ଶିକ୍ଷା ବିଭାଗ ସହିତ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।