ଦୀର୍ଘ ବର୍ଷେ ପରେ ଦ୍ବି ମାସିକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହେଲା : ଅସନ୍ତୋଷ ଜନପ୍ରତିନିଧି ଜିଲ୍ଲାପାଳଙ୍କ ଦ୍ବାରସ୍ଥ l

ଥୁଆମୁଳ ରାମପୁର,୨୭/୦୯-(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ଦ୍ବି ମାସିକ ପଞ୍ଚାୟତ ସମିତି ବୈଠକ ଦୀର୍ଘ ମାସରୁ ବୈଠକ ହୋଇନଥିବା ବେଳେ ଶୁକ୍ରବାର ବ୍ଳକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ମାଁ ମାଣିକେଶ୍ବରୀଙ୍କ ଫୋଟ ଚିତ୍ରରେ ପୂଜାର୍ଚ୍ଚନା କରାଯାଇ ସମିତି ବୈଠକ ଆରମ୍ଭ ଆରମ୍ଭ ପୂର୍ବରୁ ପ୍ରଶାସନ ଅଧିକାରୀ ଙ୍କୁ ପୁଷ୍ପଗୁଛ ସହିତ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇ ବୈଠକ ଶୁଭାରମ୍ଭ କାର୍ଯ୍ଯକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ତହସିଲ ଦାର ନୀରୋଜ କୁମାର ଭତ୍ରା, ଜିଲ୍ଲା ପରିଷଦ ସଦସ୍ୟା ଟୁନି ଖୋସ୍ଲା, କଳାହାଣ୍ଡି ସାଂସଦ ପ୍ରତିନିଧି ପବିତ୍ର ନାଏକ, ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଏଇ ଦିଲୀପ କୁମାର ପଟେଲ, ଏଇଇ ସାଲକୁ ହେମ୍ବ୍ରମ ପ୍ରମୁଖ ମଞ୍ଚାସୀନ ରହିଥିଲେ।

ପଞ୍ଚାୟତ ସମିତି ବୈଠକରେ ହାତ ଗଣତି କିଛି ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାଙ୍କ ସମେତ କିଛି ଲାଇନ୍ ବିଭାଗର ଅଧିକାରୀ ମାନେ ବୈଠକରେ ଉପସ୍ଥିତ ରହିଥିଲେ।ବୈଠକରେ ପଞ୍ଚାୟତ ସମିତିଙ୍କ ପାଇଁ ଆସୁଥିବା ବିଭିନ୍ନ ଫଣ୍ଡ କାର୍ଯ୍ଯ ଦିଗହରା ହେଉଥିବା ନେଇ ଅଭିଯୋଗ ଆଣିଥିଲେ। ଥୁଆମୁଳ ରାମପୁର ବ୍ଳକରେ ଯେକୌଣସି କାର୍ଯ୍ଯାଳୟ ମାନଙ୍କରେ ଅଧିକାରୀ ମାନଙ୍କ କାର୍ଯ୍ଯରେ ଅବହେଳା କରୁଥିବା ବିଷୟରେ ସରଗରମ ଆଲୋଚନା ଓ ତୁମ୍ବି ତୋଫାନ ଆରମ୍ଭ ହୋଇଥିଲା।

ଆୟୋଜିତ ପଞ୍ଚାୟତ ସମିତି ବୈଠକକୁ ଏଇ ଦେବେନ୍ଦ୍ର କୁମାର ମହାନନ୍ଦ, ଜେଇ ପ୍ରତାପ କୁମାର ସାହୁ, ଜେଇ ମଳୟ କୁମାର ଶତପଥୀ, ସତ୍ଯ କୁମାର ବେହେରା,ଆରଡବ୍ଲୁ ଏସଏସ ଏଇ ମନ୍ମଥ ମୁର୍ମୁ ଶିଶୁ ବିକାଶ ଅଧିକାରୀ ଫୁଲଜେନସିଆ ସୋରେନ୍, ମହିଳା ସେବୀକ ସରୋଜା ସେଠୀ, ଆରଡବ୍ଲୁ ଏସଏସ ଜେଇ ସାରିକା ଗୌଡ
ଉପସ୍ଥିତ ରହିଥିବା ବେଳେ ବେଳେ ଅତିରିକ୍ତ ଜିପିଓ ତ୍ରିଲୋଚନ ନାଏକ ବୈଠକୁ ପରିଚାଳନା କରିଥିଲେ। ପ୍ରକାଶ ଥଉକି ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀ ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏହି ବୈଠକକୁ ପ୍ରାୟ ୧୬ଜଣ ସମିତି ସଭ୍ୟ ସଭ୍ୟା ନ ଆସି ବ୍ଲକ୍ ଅଧକ୍ଷ ଙ୍କ ନା ରେ ଅନାସ୍ତ ପ୍ରସ୍ତାବ ଦେବା ପାଇଁ ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି l