ଦୁଇ ଗୋଟି ପୋଖରୀର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ପାଇଁ ଦାବି I
ଥୁଆମୁଳ ରାମପୁର,୧୨/୦୬-(ଦୁର୍ଗା କୀର୍ତ୍ତି):-ସରକାରଙ୍କ ସ୍ଵଛ ଭାରତ ଅଭିଯାନକୁ ସଫଳକରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ଯୟବରାଦ କରାଯାଉଛି। ହେଲେ ଏହା କେତେଦୂର ସଫଳ ହୋଇପାରିଛି ତାହାର ସମୀକ୍ଷା କରିବା ନିହାତି ଭାବରେ ଆବଶ୍ୟକତା ରହିଥିବା ବେଳେ ଏହାକୁ ଗୁରୁତ୍ୱ ଦେଉନଥିବା ଭଳି ମନେହୁଏ। ଏହି ସବୁ ଯୋଜନା ଚାଲିଥିବା ମଧ୍ୟ ଅଧିକାଂଶ ଜାଗାରେ ଅଳିଆ ଆବର୍ଜନା ଭରପୁର ରହିଛି, ଏପରି ପରିବେଶ ମଧ୍ୟରେ ଲୋକେ ନାହିଁନଥିବା ଅସୁବିଧା ଭୋଗିବାକୁ ବାଧ୍ୟ ହେଉଥିବା ଦେଖାଦେଇଛି। ଏହାକୁ ନେଇ ସରକାରଙ୍କ ଯୋଜନ ଉପକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ମୁଖ୍ଯାଳୟରେ ଥିବା ଦୁଇଗୋଟି ପୋଖରୀ, କାହିଁ ରାଜାରାଜୁଡା ବେଳର। ଏହି ଦୁଇଗୋଟି ପୋଖରୀର ସୌନ୍ଦର୍ଯ୍ୟ କରଣ ନାଁରେ ଲକ୍ଷାଧିକ ଟଙ୍କା ପାଣିରେ ପଡିଯାଇଛି। ତଥାପି ଏତେ ଟଙ୍କା ଖର୍ଚ୍ଚା କରାଯାଇଥିଲେ ମଧ୍ୟ ଏହି ଦୁଇଗୋଟି ପୋଖରୀର ଅବସ୍ଥା ଖରାପ ରହିଅଛି। ଏହାର ବିକଳ୍ପ ପଥନଥିବା ଯୋଗୁଁ ଗ୍ରାମବାସୀ ଅପରିଷ୍କାର ପାଣିରେ ଗାଧେଇବା ପାଇଁ ବାଧ୍ୟ ହେଉଛନ୍ତି। ଏହାଦ୍ବାରା କୌଣସି ସଂକ୍ରମଣ ରୋଗର ଶିକାର ହେବା ପୁର୍ବରୁ ବ୍ଳକ ପ୍ରଶାସନ ପକ୍ଷରୁ ପଙ୍କ ଉଦ୍ଧାର କରିବା ନିହାତି ଭାବରେ ଆବଶ୍ୟକ ରହିଥିବା କାହିଁକି ବ୍ଳକ ପ୍ରଶାସନ ଏହାର ସମାଧାନ କରିବାରେ ଅବହେଳା କରାଯାଉଛି ବୋଲି ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଜଣାଯାଏ। ଦୁଇଗୋଟି ପୋଖରୀର ଅଳିଆ ଆବର୍ଜନା ଓ ପଙ୍କରେ ଭରପୁର ରହିଛି ଯାହାଫଳରେ ଏଥିରେ ଥିବା ପାଣି ଏବେ ଅସ୍ବାସ୍ଥ୍ଯ କର ହେଲାଣି ତଥାପି ଗ୍ରାମବାସୀ ପୋଖରୀରେ ଗାଧୋଇବା ପାଇଁ ବାଧ୍ୟ ହେଉଛନ୍ତି। ଏଭଳି ଅସ୍ବାସ୍ଥ୍ଯ କର ପରିବେଶ ସୃଷ୍ଟି କରିଛି ଯେ ତାକୁ ଯିଏ ଦେଖିଛି ସେ ହିଁ ବିଶ୍ୱାସ କରିପାରିବେ। ଏହି ଦୁଇଟି ପୋଖରୀ ହେଉଛି ପୁରୁଷୋତ୍ତମ ପୋଖରୀ ଓ ଆଡିବନ୍ଧ ପୋଖରୀ ବୋଲି କୁହାଯାଏ। ଭବାନୀପାଟଣା ଓ ଥୁଆମୁଳ ରାମପୁର ମୁଖ୍ଯାଳୟ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉଭୟ ପାର୍ଶ୍ବରେ ପୋଖରୀ ଦୁଇଟି ଅବସ୍ଥିତ। ଏହି ପୋଖରୀରେ ଥୁଆମୁଳ ରାମପୁର ବ୍ଳକ ସ୍ଥିତ ଅନେକ ପଡାବାସୀ ଆବାହନ କାଳରୁ ନିର୍ଭର କରିଆସୁଛନ୍ତି। ନିତିଦିନିଆ ଗାଧେଇବା ଲୁଗାପଟା ଧୂଆଧୁଇ କରିବା ପାଇଁ ଏମାନେ ବାଧ୍ୟ । ମନେ ହୁଏ ଯେ ଏହି ପୋଖରୀ ଦୁଇଟି ନଥିଲେ ଲୋକେ ବହୁତ ହଇରାଣ ହରକତ ହେବାକୁ ପଡିଥାନ୍ତେ। ଯାହାଦ୍ୱାରା ଦୂଷିତ ଜଳରେ ଗାଧେଇବା ଦ୍ବାରା ଯଦି କୌଣସି ଅଜଣା ରୋଗରେ ଶିକାର ହେବା ସମ୍ଭାବନାକୁ ଏଡେଇ ଦିଆଯାଇନପାରେ। ବର୍ତ୍ତମାନ ପୋଖରୀ ଦ୍ବୟର ଅବସ୍ଥା ଶୋଚନୀୟ ହୋଇପଡିଛି। ପୋଖରୀର ପାଣି ଯାହା ରହିଛି ତାହା ପୁଣି ପୋଖରୀରେ ବର୍ଷ ବର୍ଷର ପାଣି ଓ ପଙ୍କରେ ଭରପୁର ରହିଛି ଏହା ଦ୍ବାରା ପାଣି ଏବେ ଦୁଷୀତ ବସିଛି। ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ବ୍ଳକ ପ୍ରଶାସନଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ତଥାପି ଏହାର ଫଳ ଶୂନ ରହିଥିବା ଜଣାପଡିଛି। ଏହା ଉପରେ ସ୍ଥାନୀୟ ଜନପ୍ରତିନିଧି ଓ ବୁଦ୍ଧିଜୀବୀ ଜାଣିଶୁଣି ଚୂପ ରହିବା ଘଟଣାକୁ ନେଇ ବିଭିନ୍ନ ମହଲରେ କ୍ଷୋଭ ଜାତ ହେଉଥିବା ଜଣାପଡେ। ତେବେ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ପରିସ୍ଥିତିରେ ଦୁଇଗୋଟି ପୋଖରୀର ପଙ୍କ ଉଦ୍ଧାର ସହିତ ସୌନ୍ଦର୍ଯ୍ୟ କରଣ ପାଇଁ ଦାବି ହେଉଛି। ଏନେଇ ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ଙ୍କୁ ପଚାରିବାରୁ ଆମେ ଯଥା ଶୀଘ୍ର ଏହାର କୌଣସି ବ୍ୟବସ୍ଥା କରିବୁ ବୋଲି କହିଛନ୍ତି l