ଦୁର୍ଗମ ଅଞ୍ଚଳରେ ନିତିଦିନିଆ ଘଟଣା :
ରାସ୍ତା ଅଭାବ ଯୋଗୁଁ ଜାଇପାରିଲା ନାହିଁ ଆମ୍ବୁଲାନ୍ସ : ଖଟିଆରେ ବୁହାହୋଇ ୭କିମି ଦୂର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗଲେ ରୋଗୀ l
ଥୁଆମୁଳ ରାମପୁର,୦୯/୦୫-(ଦୁର୍ଗା କୀର୍ତ୍ତି):- ଦେଶ ସ୍ବାଧୀନତା ଲାଭ କରି ୭୬ ବର୍ଷ ବିତି ଯାଇଛି ସତ କିନ୍ତୁ ଏବେ ମଧ୍ୟ ଅନେକ ଗାଁକୁ ଗମନାଗମନ ସୁବିଧା ହୋଇପାରିଲା ନାହିଁ। ଯାହାଫଳରେ ଆମ୍ବୁଲାନ୍ସ ଗାଡି ଟିଏ ମଧ୍ୟ ଯିବା ପାଇଁ ରାସ୍ତା ଖଣ୍ଡେ ନଥିବାରୁ ଲୋକେ ବାଧ୍ୟ ହୋଇ ରୋଗୀ ହେଉ କି ଗର୍ଭବତୀ ମହିଳାଙ୍କୁ ସେମାନେ ଭାରରେ କିମ୍ବା ଖଟିଆରେ ବୋହିବା ଭଳି ଅଭାବନୀୟ ଘଟଣା ଦିନକୁ ଦିନ ବିଭିନ୍ନ ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଇଆସୁଅଛି। ତଥାପି ପ୍ରଶାସନ କିମ୍ବା ସ୍ଥାନୀୟ ଜନ ପ୍ରତିନିଧିମାନେ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ହିଁ ଅତି ଦୁଃଖ ଦାୟକ ଘଟଣା ବୋଲି ଆଲୋଚନା ହେଉଅଛି। ରାଜ୍ୟରେ ବିଜେଡି ସରକାର ଶାସନର ଦୀର୍ଘ ୨୫ ବିତିଗଲା ତଥାପି ଗାଁଗାଁକୁ ରାସ୍ତା ଖଣ୍ତେ କରିପାରିଲେ ନାହିଁ। ଯାହାଫଳରେ ଲୋକେ ବିଭିନ୍ନ ସମୟରେ ନାହିଁନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ୍ ର ବିଜେପି ସରକାର ଏପଟେ ଡବଲ ଇଞ୍ଜିନ ର ପାୱାର ଦେଖାଉଥିବା ବେଳେ ଆଜି ସେ ଡବଲ ଇଞ୍ଜିନକୁ ଭରସା କରି ଭୋଟ ଦେଇଥିବା ନିରୀହ ଜନସାଧାରଣ ମଧ୍ୟ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l
ମୋହନ ସରକାର ଲୋକଙ୍କ ସରକାର, ମୋହନ ସରକାର ନିରୀହ ଦଳିତ ଆଦିବାସୀଙ୍କ ସରକାର ହୋଇଥିଲେ ମଧ୍ୟ ସେ ନିରୀହ ଦଳିତ ଆଦିବାସୀଙ୍କ କଥା ପଦୁଟିଏ ମଧ୍ୟ ଶୁଣିବାକୁ ନାରାଜ l ବାରମ୍ବାର ଏହି ଦୁର୍ଗମ ଅଞ୍ଚର ମୌଳିକ ସୁବିଧା କଥାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ପ୍ରଶାସନ ବା ଡବଲ ଇଞ୍ଜିନ ସରକାରଙ୍କ ନିଦ ଭାଙ୍ଗୁ ନାହିଁ କାହିଁକି ବୋଲି ଅଞ୍ଚଳବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ବେଳେ ବ୍ଲକ୍ ର ଅନେକ ଗ୍ରାମାଞ୍ଚଳରେ ରାସ୍ତାଘାଟ ଅଭାବ ଯୋଗୁଁ ଗର୍ଭବତୀ କିମ୍ବା ରୋଗୀକୁ ଖଟିଆରେ ବୋହିବା ଘଟଣା ଏବେ ନିତିଦିନିଆ ପାଲଟିଛି। ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପହଞ୍ଚିଛି ଯାହାକି ବ୍ଲକ୍ ର ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଦୁର୍ଗମ କାଞ୍ଜିଗୁଡା ଗ୍ରାମର ଡିକାହା ମାଝୀଙ୍କ ପୁଅ ମହେଶ ମାଝୀ (୧୮)ଙ୍କୁ କନ୍ଦାଗୁଡା ଠାରୁ ସମାପଲା ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ୭କିମି ଦୂର ଖଟିଆରେ ବୋହା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ରୁ ଜଣାପଡିଛି ଯେ ମହେଶ ମାଝୀ କନ୍ଦାଗୁଡା ଗାଁରେ ବଡ ବୋଲେନ ପର୍ବ ହେଉଥିବା ଯୋଗୁଁ ନିଜର ପରିବାର ପ୍ରତିପୋଷଣ କରିବା ଉଦ୍ଦେଶ୍ୟରେ ନିଜର ଛୋଟ ଦୋକାନ ନେଇ ଯାଇଥିବା ବେଳେ କୌଣସି କାରଣରୁ ସେଠାରେ ତାଙ୍କ ଅଘଟଣା ଘଟିଥିଲା ତେବେ ତାଙ୍କୁ ଚିକିତ୍ସା ପାଇଁ
ଗ୍ରାମର କିଛି ଯୁବକ ସଙ୍ଗେ ସଙ୍ଗେ ଖଟିଆରେ ବୋହି ୭କିମି ଦୂର ଆବୁଡା ଖାବୁଡ଼ା ରାସ୍ତା ଅତିକ୍ରମ କରି ସମାପଲା ଗାଁକୁ ନିଆଯାଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରେ ଜିଲ୍ଲା ଚିକିତ୍ସାଲୟକୁ ଉତ୍ତମ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡିଛି l