ଦେଶୀ ବିଦେଶୀ ମଦ ଜବତ : ମହିଳା ସମେତ ୨ ଗିରଫ I

ଥୁଆମୂଳ ରାମପୁର,୧।୦୮-(ଦୁର୍ଗା କୀର୍ତ୍ତି):- ଦୀର୍ଘ ଦିନ ପରେ ଥୁଆମୂଳ ରାମପୁର ଅବକାରୀ ବିଭାଗ ଚେଇଁ ଉଠି ତତ୍ପରତା ଦେଖାଇ ସ୍ଥାନେ ସ୍ଥାନେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ବେଳେ ଏଥିରେ ଜଣେ ମହିଳା ସମେତ୍ ୨ ଜଣ ପୁରୁଷଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅବକାରୀ ବିଭାଗଙ୍କ ସୂଚନା ମୁତାବକ କଳାହାଣ୍ଡି ଅବକାରୀ ଅଧିକ୍ଷକ ରଞ୍ଜନ କୁମାର୍ ନାଏକଙ୍କ ପ୍ରତେକ୍ଷ ତତ୍ବଧନରେ କଳାହାଣ୍ଡି ଅବକାରୀ ମୋବାଇଲ ଟିମ୍ ଏବଂ ଥୁଆମୂଳ ରାମପୁର ଅବକାରୀ ବିଭାଗର ମିଳିତ ଚଢାଉ ରେ ଶୁକ୍ରବାର ଭୋର୍ ସଖକୁ କର୍ଲପାଟ ଥାନା ଅଞ୍ଚଳର ପୁରୁଣା ଗୁମା, ଭିତର ଗୁମା, ଡୁଡୁକା ଗୁଡ଼ା ଆଦି ଗ୍ରାମ ମାନଙ୍କରେ ଚଢ଼ାଉ କରି କାଣିଗୁମା ଗ୍ରାମର କ୍ଷମା ନାଏକଙ୍କ ଘରୁ କିଙ୍ଗଫିସର୍ କେନ ୪୦ଟି, ବଗାଡି ବ୍ଲାକ ୧୮ଟି, କିଙ୍ଗଫିସର ବିଅର୍ ୧୨ଟି, ଟୁର୍ବୋ ବିଅର ୧୨ଟି, ମେକ୍ଡୁଆଲ (ନମ୍ବର-୧) ୧୫ଟି ଭଳି ପାଖାପାଖି ୪୫ ଲିଟର ବିଦେଶୀ ଏବଂ ୧୫ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ଭିତରଗୁମା ଗ୍ରାମର ସୁଦର୍ଶନ ନାଏକଙ୍କ ପାଖରୁ ୮ଲିଟର ହାତରନ୍ଧା ମଦ ଜବତ କରିବା ସହିତ ଡୁଡକାଗୁଡା ଗ୍ରାମର ରୁକ୍ମମଣୀ ନାଏକଙ୍କ ଠାରୁ ମଧ୍ୟ ୬ ଲିଟର ହାତରନ୍ଧା ମଦ ଜବତ କରାଯାଇଛି। ଏମାନେ ବେନିୟମ ଭାବରେ ମଦକାରବାର ଘଟଣାରେ ଜଡିତ ଥିବା ଯୋଗୁଁ ଏହି ୩ ଜଣ ମଦ ବ୍ଯବସାହିଙ୍କୁ ଅବକାରୀ ଗରିଫ କରି ଜିଲ୍ଲା ମୋବାଇଲ ୟୁନିଟ୍ କେସ ନମ୍ବର ୧୭୯, ୧୮୦, ୧୮୧/୨୫ ରେ ୫୨ଏ (ଆଇ) ଅବକାରୀ ଦଫାରେ ଥୁଆମୂଳ ରାମପୁର ଜେ.ଏମ.ଏଫ୍.ସି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏହି ଚଢାଉ ସମୟରେ ଜିଲ୍ଲା ମୋବାଇଲ ଟିମ ଆଇଆଇସି ଅରୁଣ କୁମାର ଯୋଷୀ, ଜିଲ୍ଲା ଅବକାରୀ ବିଭାଗ ସଦର ଆଇଆଇସି ହେମକାନ୍ତି ସୁନା ,ଏସଆଇ ବିଜୟ ଭୂଷଣ ନାଏକ ଓ ଥୁଆମୂଳ ରାମପୁର ଅବକାରୀ ବିଭାଗର ଓଆଇସି ପ୍ରଶାନ୍ତୀ ସ୍ବାଇଁ, ଜୟପାଟଣା ଅବକାରୀ ଓଆଇସି ନରେନ୍ଦ୍ର ମିଞ୍ଜ୍, କେସିଙ୍ଗା ଅବକାରୀ ଓଆଇସି ବିଶ୍ୱଜିତ୍ ଆରୁକ୍, ସଦର ଓଆଇସି ତିଳକ ରାମ ନାଏକ ତଥା ତାଙ୍କ ସଦଲବଳ ପ୍ରମୁଖ ଉପସ୍ଥିତ ରହି ଏହି ଚଢାଉ କରିଥିବା ଜଣାପଡିଛି। ତେବେ ଏହି ଘଟଣାକୁ ନେଇ ବେଆଇନ୍ ମଦ ବିକ୍ରି କରିଥିବା ବ୍ୟବସାୟୀ ଙ୍କ ମଧ୍ୟରେ ଏକପ୍ରକାର ଛନକା ପୋଷିଥିବା ଜଣାପଡ଼ିଛି l