ଦୋଷ ଦୁର୍ବଳତା ଲୁଚାଇବାକୁ ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀଙ୍କ ତତ୍ପରତା : ମହୁଲପାଟଣା – ମୁଖିଗୁଡ଼ା ରାସ୍ତାର ଅସ୍ଥାୟୀ ମରାମତିକୁ ଜନସାଧାରଣଙ୍କ ବିରୋଧ I
ଥୁଆମୂଳ ରାମପୁର,୧୪/୦୫-(ଦୁର୍ଗା କୀର୍ତ୍ତି):- ଦୀର୍ଘ ବର୍ଷ ହେଲା ଇନ୍ଦ୍ରାବତୀ ପ୍ରକଳ୍ପ ମହୁଳପଟଣା ୧୫ କିମି ଘାଟି ରାସ୍ତା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବିସ୍ଥାପିତ ଅନେକ ଗାଁର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସେମାନେ ବିଭିନ୍ନ ସମୟରେ ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ମାନଙ୍କୁ ଅଭିଯୋଗ କରି ଆସିଛନ୍ତି କିନ୍ତୁ କେବଲ ପ୍ରତିଶ୍ରୁତି ଛଡା ତାଙ୍କୁ କିଛି ମିଳି ନାହିଁ। ତେବେ ବର୍ତ୍ତମାନ ଏହି ଅଞ୍ଚଳକୁ ମୁଖ୍ୟ ଶାସନ ସଚିବଙ୍କ ଗ୍ରସ୍ତ ରହିଛି। ଏଣୁ ନିଜର ସମସ୍ତ ଦୋଷ ଦୁର୍ବଳତାକୁ ଲୁଚାଇବା କୁ ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ମାନେ ତତ୍ପରେ ହୋଇଛନ୍ତି ଆଉ ମହୁଳପଟଣା ଗାଁ ରେ ଉଭା ହୋଇଛନ୍ତି।ନଚେତ ଏହି ରାସ୍ତା ଦେଇ ସେମାନେ ଯିବା ଆସିବା କରୁ ନାହାନ୍ତି। ଏନେଇ ଆମ ଧରିତ୍ରୀରେ ପ୍ରଥମ ଥର କରି ଖବର ପ୍ରସାର ପରେ ବିଭିନ୍ନ ଟିଭି ଚ୍ୟାନେଲ ଏବଂ ଅନେକ ଖବର କାଗଜ ରେ ଏହି ରାସ୍ତାର ଅବସ୍ଥାକୁ ନେଇ ଖବର ପ୍ରକାଶ ପାଇଥିଲା l ପରେ ଯୁଦ୍ଧକାଳୀନ ଭିତ୍ତିରେ ଘାଟି ର ଅନେକ ସ୍ଥାନରେ ପଥର ଗୁଣ୍ଡ ସହ ଡ଼ବ୍ଲୁଏମଏମ ଦେଇ ମରାମତି କରିବା ଚେଷ୍ଟା କରିଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଏ ନେଇ ଶୁକ୍ରବାର ସ୍ଥାନୀୟ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରୋଜ କୁମାର୍ ଭତ୍ରା, ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ଶ୍ରୀ ପାତ୍ର ଏବଂ ଶ୍ୱରେନ୍ ଙ୍କ ସମେତ ମହୁଲପାଟଣା ସରପଞ୍ଚ ରତ୍ନି ମାଝୀ, ସମିତି ସଭ୍ୟ ମନ ମାଝୀ ଓ ଗ୍ରାମବାସୀଙ୍କୁ ନେଇ ଆଲୋଚନା ହୋଇଥିଲା।ଏଥିରେ ଗ୍ରାମବାସୀ ମାନେ ରାସ୍ତା ମରାମତି ନକରି ଉଚିତ ଭାବେ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି। କେଉଁ କାରଣରୁ ଦୀର୍ଘ ଦିନ ହେଲା ଏହି ରାସ୍ତା ନିର୍ମାଣ କରାଯାଉ ନାହିଁ ବର୍ତ୍ତମାନ କଣ ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ କରିଛନ୍ତି।ତେବେ ମରାମତି କାର୍ଯ୍ୟ କୁ ନେଇ ପ୍ରଶ୍ନ ପଚାରିଲେ ପ୍ରକଳ୍ପ ଅଧିକାରୀ ମୁହଁ ଖୋଲି ନାହାନ୍ତି କେବଳ ଆମକୁ ଉପରୁ ନିର୍ଦ୍ଧେଶ ଆସିଲା ତେଣୁ ମରାମତି କରୁଛୁ ବୋଲି କହିଛନ୍ତି।ତେବେ କେଉଁ ଫଣ୍ଡ ରୁ ଓ ଏହାର ମରାମତି ରେ କେତେ ଟଙ୍କା ଖର୍ଚ୍ଚ କରିବେ ବୋଲି ପ୍ରଶ୍ନ କରିବାରୁ ସେ କିଛି ଉତ୍ତର ଦେଇନାହାନ୍ତି। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭିତିରିଆ କିଛି ରହସ୍ୟ ଲୁଚି ରହିଛି କି ବୋଲି ସନ୍ଧେହ ଉପୁଜିଛି। ଅନ୍ୟପକ୍ଷରେ ପ୍ରକଳ୍ପ ଅଧିକାରୀ ମାନେ କେବଳ କାଗଜପତ୍ର ରେ ସବୁ ଠିକ ଦର୍ଶାଉ ଥିବା ବେଳେ ସଚିବ ଆଗରେ ତାଙ୍କ ଭଣ୍ଡା କାଳେ ଫୁଟିଯିବ ତେଣୁ ତରବରିଆ ଭାବେ ମରାମତି ପାଇଁ ମନ ବଳାଇଛନ୍ତି ବୋଲି ଲୋକେ କହୁଛନ୍ତି। ଅନ୍ୟ ଫଣ୍ଡକୁ ବିଭାଗୀୟ ଅଧିକାରୀ ମାନେ ଦୁରୁପଯୋଗ ଅଭିଯୋଗ ହେଉଥିବା ବେଳେ ଇନ୍ଦ୍ରାବତୀ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଶ୍ରୀହୀନ ହୋଇପଡିଛି। ଏବେବି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିସ୍ଥାପିତ ଅଞ୍ଚଳର ବିସ୍ଥାପିତ ପରିବାର। ଏ ସମ୍ପର୍କରେ ବିଡ଼ିଓ ଶ୍ରୀ ମୁଦୁଲି ଙ୍କୁ ପଚାରିବାରୁ ଲୋକଙ୍କ ଅଭିଯୋଗ ଅନୁସାରେ ମୁ ମଧ୍ୟ ଜିଲ୍ଲାପାଳଙ୍କ ପାଖରେ ଜଣାଇଛି ଏବଂ ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ମଧ୍ୟ ତାଙ୍କ ଉପରସ୍ତ ଅଧିକାରୀଙ୍କୁ ଜଣାଇଥିବା ଯାହା ଜଣାଯାଏ , ଉପରୁ ଯାହା ନିର୍ଦ୍ଦେଶ ଆସିବା ଆମେ କାମ କରିବୁ ବୋଲି କହିଛନ୍ତି l