ଧୂଳିର ଆସ୍ତରଣ ଯୋଗୁଁ ବାସିନ୍ଦାଙ୍କ ପାଇଁ ଯକ୍ଷ୍ମା ରୋଗ ହେବାର ବାତାବରଣ ସୃଷ୍ଟି କରିଛି।ଧୂଳିଧୂଆଁରେ ପଥଚାରୀ ନୟାନ୍ତ !
ଥୁଆମୂଳ ରାମପୁର,୧୮/୦୨-(ଦୁର୍ଗା କୀର୍ତ୍ତି):- ରାସ୍ତା ନବୀକରଣ ଓ ପ୍ରଶସ୍ତି କରଣ ଠିକାସଂସ୍ଥା ଭାରିଯାନ ଚଳାଚଳ ଧୂଳିଆ ପରିବେଷ l ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ବାୟୁ ଓ ଜଳ ପ୍ରଦୂଷଣ ଆଇନକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରୁଛି ଠିକାସଂସ୍ଥା। ରାସ୍ତା ନିବୀକରଣ ଓ ପ୍ରସସ୍ଥି କରଣ କାର୍ଯ୍ଯରେ ଠିକାସଂସ୍ଥା ହାଓ୍ବାଇ ଟ୍ରାକ୍ଟର ଓ ଗାଡିମଟର ଯାହାଫଳରେ ଧୂଳିମାଟି ପବନରେ ଉଡି ବାୟୁମଣ୍ଡଳକୁ ପ୍ରଦୂଷଣ କରିଚାଲିଛି ଏହାଦ୍ବାରା ଅନେକ ବାଟୋଇ ଓ ଅନ୍ଯାନ୍ଯ ଗାଡିମଟର ଚଳାଚଳ ରେ ଅସୁବିଧା ସୃଷ୍ଟି କରୁଥିବା ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରର ଗୁଣପୁର ଠାରୁ ଡୁମେରପଦର ଓ ଗୋପୀନାଥପୁରକୁ ସଂଯୋଗ କରୁଥିବା ରାସ୍ତାରେ। ସେହିପରି ଥୁଆମୁଳ ରାମପୁର ମହୁଲପାଟଣାକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାରେ। ଠିକାସଂସ୍ଥା ଙ୍କ ଭାରିଯାନ ଚାଲିବା ଦ୍ବାରା ଧୂଳିମାଟି ପବନରେ ଉଡି ବାୟୁମଣ୍ଡଳକୁ ଦୂଷୀତ କରୁଥିବା ବେଳେ ଜନସାଧରଣଙ୍କ ଜୀବନ ଉପରେ ତାହାର କୁପ୍ରଭାବ ପଡୁଛି। ରାସ୍ତାରେ ଛାତ୍ରଛାତ୍ରୀ, ଅନ୍ଯାନ୍ଯ ବାଟୋଇ ମାନେ ଧୂଳିଧୁସର ପରିବେଶରେ ନୟାନ୍ତ ହେଉଛନ୍ତି, ପିନ୍ଧିଥିବା ଡ୍ରେସ ଧୁଳିଆ ହୋଇ ଅପରିସ୍ଖାର ହେଉଥିବା ବେଳେ ଯକ୍ଷ୍ମାରୋଗ ସୃଷ୍ଟି କରିବା ଏକ ମାଧ୍ଯମ ସାଜିଛି ଏହି ରାସ୍ତାରେ ଉଡୁଥିବା ଧୂଳିମାଟି। ଏ
ହାଛଡା ଥୁଆମୁଳ ରାମପୁର ସଦର ମହକୁମା ଠାରେ ବିଶେଷ କରି ଅଧିକ ଧୂଳିମାଟି ରାସ୍ତା ପାର୍ଶ୍ଵରେ ଥିବା ଦୋକାନରେ ପଡୁଥିବା ବେଳ ପଡାରେ ଥିବା ପରିବାର ମାନଙ୍କରେ ଅଧିକ ଏହାର ପ୍ରଭାବ ପଡୁଛି। ଯାହାଫଳରେ ଘର ମାନଙ୍କରେ ଥିବା ପାନୀୟ ଜଳ, ଖାଦ୍ୟ ଉପରେ ଏହାର ସିଧାସଳଖ କୁପ୍ରଭାବ ପଡୁଅଛୁ। ଠିକାସଂସ୍ଥା ଏହି ରାସ୍ତା ଉପରେ ପାଣି ଢାଳିବା ବଦଳରେ ଚୂପଚାପ ରହିଁବା ଘଟଣାକୁ ନେଇ ଜନ ଅସନ୍ତୋଷ ଉଦବେଗ ଜନକ ହେଉଅଛି। ମୁଖ୍ଯାଳୟ ହେତୁ ଏଠାରେ ବିଭିନ୍ନ କାର୍ଯ୍ଯାଳୟ ରହିଅଛି ନିତିପ୍ରତି ଦିନ ବିଭିନ୍ନ ଗ୍ରାମରୁ ଲୋକେ ନିଜ ନିଜ କାମ ପାଇଁ ଆସି ଏହି ଧୂଳିମାଟିରେ ଗାଧେଇବା କେତେ କଷ୍ଟକର ହୋଇପଡୁଛନ୍ତି। ଏହା ଛଡ଼ା ଭବାନୀପାଟଣା, ରାୟଗଡାକୁ ଚଳପ୍ରଚଳ ଯାତ୍ରୀବାହୀ ବସରେ ଯିବା ଆସିବା କରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଦିଗରେ ସ୍ଥାନୀୟ ଜନପ୍ରତିନିଧି ଓ ସରକାରୀ ଅଧିକାରୀ ମାନେ ନିରବ ରହିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣ ଲୋକ ଙ୍କୁ ଅଧିକ ଆଶ୍ଚର୍ଯ୍ୟ କରୁଅଛି। ଏପରି ଏହି ରାସ୍ତା ନିର୍ମାଣରେ ନିମ୍ନମାନ ହେଉଥିବା ଅଭିଯୋଗ ବାରମ୍ବାର ସାମ୍ମନା ଆସୁଥିଲେ ମଧ୍ୟ ଠିକାସଂସ୍ଥା କର୍ମଚାରୀ ଖାତିରି କରୁନଥିଵା ଆହୁରି ସନ୍ଦେହ ଘନୀଭୂତ ହେଉଥିବା ଜଣାପଡିଛି। ଏଦିଗରେ ଠିକାସଂସ୍ଥା ଯଦି ଦୃଷ୍ଟିନ ଦିଏ ତେବେ ରାସ୍ତା ଅବରୋଧ କରାଯିବା ପାଇଁ ଜନସାଧରଣଙ୍କ ମଧ୍ୟରେ ସତର୍କତା କରାଯାଇଛି।