ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଦାବୀ ପତ୍ର ପ୍ରଦାନ l
ଭିତ୍ତିଭୂମି ନାହିଁ ୟୁ.ଏ.ଏସ ନାହିଁ ଆଦି ନାରା ନେଇ ବିଇଓ ଅଫିସ୍ ରେ ପ୍ରାଥମିକ ଶିକ୍ଷକ ସଂଘ I
ଥୁଆମୂଳ ରାମପୁର,୩୧/୦୭-(ଦୁର୍ଗା କୀର୍ତ୍ତି):- ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ୟୁ.ଏ.ଏସ ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟି ଅଭାବ ବୋଲି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୟୁ.ଏ.ଏସ ପ୍ରଚଳନକୁ ବିରୋଧ କରି ଗୁରୁବାର ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ନିକଟ ଅତୀତରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ଶିକ୍ଷା ସଚିବ, ଓସେପା ନିର୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି ଯଥା ଶିକ୍ଷକ ନିଯୁକ୍ତି, ମୋବାଇଲ କିମ୍ବା ଲାପଟପ ପ୍ରଦାନ, ନେଟ ପେକ ର ବ୍ୟବସ୍ଥା ଏବଂ କମ୍ପୁଟର ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ୟୁ.ଏ.ଏସ ପ୍ରଚଳନ ବ୍ୟବସ୍ଥା କୁ ସ୍ଥଗିତ ରଖିବା ପାଇଁ ମାନନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଦାବୀ କରାଯାଇଥିଲା l

ସାମ୍ପ୍ରତିକ ପରିସ୍ଥିତି ରେ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶିଶୁ ବାଟିକା ପାଇଁ ଶ୍ରେଣୀଗୃହ ଅଭାବ, ଅଣ ଶିକ୍ଷାଦାନ କାର୍ଯ୍ୟକ୍ରମ ଶିକ୍ଷକମାନଙ୍କ ଉପରେ ବୋଝ l ଏତତ ବ୍ୟତୀତ ଓଡିଶା ପ୍ରାଥମିକ ବିଦ୍ୟାଳୟ ସମୂହକୁ ଆକଳନ କଲେ ଜଣାଯାଏ ଯେ ସମଗ୍ର ରାଜ୍ୟ ରେ ୬୦% ବିଦ୍ୟାଳୟ ରେ ୪୦ ରୁ ୫୦ ଜଣ ଛାତ୍ର ଛାତ୍ରୀ ରହିଛନ୍ତି, ସରକାରୀ ନିୟମ ଅନୁଯାୟୀ ଅନୁନ୍ୟ ଗୋଟିଏ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ରହନ୍ତି ଏଭଳି ମଧ୍ୟ ବିଦ୍ୟାଳୟ ଅଛି ଯେଉଁଠି ୩୦୦ ରୁ ୭୦୦ ଛାତ୍ର ଛାତ୍ରୀ ସେଠାରେ ମଧ୍ୟ ପି.ଟି.ଆର ମୁତାବକ ଶିକ୍ଷକ ନାହାନ୍ତି କିମ୍ବା ଶ୍ରେଣୀ ୱାରୀ ଶିକ୍ଷକ ନାହାନ୍ତି l ଏହିପରି ସ୍ଥିତି ରେ ୟୁ.ଏ.ଏସ ଲାଗୁ କରିବା ସମ୍ଭବ ନୁହେଁ l ଏଣୁ ନିବେଦନ ତୁରନ୍ତ ବିଭିନ୍ନ ବର୍ଗ ର ପଦବୀକୁ ପୂରଣ କରିବା ସହ ଶିକ୍ଷକମାନଙ୍କୁ ବୋଝମୁକ୍ତ କରାଇଲେ ୟୁ.ଏ.ଏସ ତଥା ଶିଶୁ ବାଟିକା ବ୍ୟବସ୍ଥା ସାକାର ହୋଇପାରିବ l ଯେ ପର୍ଯ୍ୟନ୍ତ ଉପଯୁକ୍ତ ଭିତ୍ତିଭୂମି ନ କରାଯାଇଛି, ୟୁ.ଏ.ଏସ ବନ୍ଦ କରିବାକୁ ନେଇ ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ଅଜିତ କୁମାର ନାୟକଙ୍କ ନେତୃତ୍ୱ ରେ ସ୍ଥାନୀୟ ମା ମାଣିକେଶ୍ବରୀ ମନ୍ଦିର ନିକଟରୁ ଏକ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବ୍ଲକ୍ ଶିକ୍ଷାଧିକାରୀ ତପିମଣୀ ଜାନୀ ଅନୁପସ୍ଥିତ ଥିବାରୁ ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀ ହେମନ୍ତ କୁମାର ପଣ୍ଡାଙ୍କୁ ଦାବି ପ୍ରଦାନ କରାଯାଇଥିଲା ଏହି ରେଲିରେ ଜିଲ୍ଲା ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପ୍ରଧାନ, ବ୍ଲକ ସମ୍ପାଦକ ସୁରେଶ ଚନ୍ଦ୍ର ନାଏକ, ଉପସଭାପତି ସୁବାଷଚନ୍ଦ୍ର ନାଏକ, ଯୁଗ୍ମ ସମ୍ପାଦକ ସଂଗ୍ରାମ କେଶରୀ ବେହେରା, କୋଷାଦକ୍ଷ ମାଧବ ଚନ୍ଦ୍ର ନାଏକ, କୋଡିନେଟର ଚୈତନ୍ୟ ନାଏକ, ଅର୍ଣ୍ଣପୂର୍ଣ୍ଣ ବାଗ, ଉପ ସଭାନେତ୍ରୀ ସୁକାନ୍ତି ନାଏକଙ୍କ ସମେତ ଅନେକ ଶିକ୍ଷକ ସଂଘ କର୍ମକର୍ତା ଉପସ୍ଥିତ ଥିବା ବେଳେ ଜିଲ୍ଲା କୋର କମିଟି ସଦସ୍ୟ ସୁବାଷ ବିଶ୍ୱାଳ, ରାମେଶ୍ୱର ନାଏକ ଏବଂ ୧୪ ଗୋଟି କ୍ଲଷ୍ଟର ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ l