ନୂତନ ଭାରତର ଉନତ ଆଇନ : ନୂତନ ଅପରାଧିକ ଆଇନର ଏକ ସଚେତନତା କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର,୦୧/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ବୈଠକ ଗୃହ ଠାରେ ଶୁକ୍ରବାର ଥାନା ଅଧିକାରୀ କୈବଲ୍ଯ ସେଠଙ୍କ ତତ୍ବାବଧାନରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଏବଂ ସୁରକ୍ଷା କୁ ଆଖିଆଗରେ ରଖି ନୂତନ ଭାରତର ନୂତନ ଆଇନ ର ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ସଂହିତା ୨୦୨୩ର ନୂତନ ଅପରାଧିକ ଆଇନ ୨୦୨୩ ଉପରେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଥୁଆମୂଳ ରାମପୁର ବ୍ଳକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ସମେତ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୂତନ ଆଇନ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀ ଏବଂ ପୋଲିସଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଏଏସଆଇ ପ୍ରହଲ୍ଲାଦ ପାଣିଗ୍ରାହୀ ଏବଂ ଏସଆଇ ରଶ୍ମିରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ରହି ନୂତନ ନିୟମ, ସୁରକ୍ଷା ଏବଂ ଛାତ୍ରମାନଙ୍କ ସୁରକ୍ଷା ବିଷୟରେ ସଚେତନତା ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ଥାନା ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ପେନ୍ ଏବଂ ଖାତା ବଣ୍ଟନ କରିଥିଲେ l