ପୁଣି ଆଇପିିଏସ ସ୍ତରରେ ଅଦଳବଦଳ

ଆଇପିଏସ ସ୍ତରରେ ଛୋଟ ବଦଳି । ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନୋଟିଫିକେସନ । । ବରିଷ୍ଠ ଆଇପିଏସ୍‌ ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି । ପୂର୍ବରୁ ବିନୋଦ ପାଟିଲ୍‌ କେସିଙ୍ଗାର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ । ଆଇପିଏସ୍‌ ରାହୁଲ ଗୋଏଲ୍‌ଙ୍କୁ କଟକ ରେଲଓ୍ୱ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି । ଏହାପୂର୍ବରୁ ରାହୁଲ ଗୋଏଲ୍‌ ବାଲିଗୁଡ଼ାରେ ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ମିହିର କୁମାର ପଣ୍ଡା ହେଲେ ନବରଙ୍ଗପୁର ଏସ୍‌ପି । ମିହିର କୁମାର ପଣ୍ଡା ଏବେ ଓଡିଶା ପୋଲିସ ହେଡକ୍ୱାର୍ଟରରେ ନିଯୁକ୍ତ ଥିଲେ । ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗର ନିର୍ଦ୍ଦେଶ ଦିଆଯାଇଛି।