ପୁଣି ଏକାଠି ହେଲେ ଆମୀର-କିରଣ,ଛାଡପତ୍ର ନା ରେ ଖେଳ

ପ୍ରସିଦ୍ଧ ଅଭିନେତା ଅମୀର ଖାଁ ଏବେ ଲୋକ ହସା ହେବାକୁ ଲାଗିଲେଣି କାରଣ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ସେ ଛାଡପତ୍ର ନେଇସାରିଛନ୍ତି। ଉଭୟ ଅଲଗା ହୋଇସାରିଛନ୍ତି। ତେବେ ଅଲଗା ହେବା ପରେ ଏବେ ପୁଣି ଏକାଠି ହୋଇଛନ୍ତି ଆମୀର-କିରଣ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏବେ ଆମୀର ଖାନ୍‌ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ନଜର ଆସିଛନ୍ତି।  ଏହି ଭିଡିଓକୁ ଫିଲ୍ମି ଜ୍ଞାନ ନାମକ ପେଜରୁ ଶେଆର କରାଯାଇଛି। ଭିଡିଓରେ ଆମୀର ପୂର୍ବତନ ପତ୍ନୀ କିରଣଙ୍କ ସହ ଠିଆ ହୋଇ ବେଶ୍‌ ହସ ଖୁସିରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଉଭୟ ଟ୍ରୋଲର ଶିକାର ହୋଇଛନ୍ତି।

ସୋଶାଲ ମିଡିଆ ୟୁଜର୍ସମାନେ ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ପୂର୍ବତନ ପତ୍ନୀ ବନିଲେ ଫ୍ରେଣ୍ଡ। ସେହିପରି ଆଉ ଜଣେ ଲେଖିଛନ୍ତି, ଏମାନଙ୍କ ଛାଡପତ୍ର ହୋଇଛି ନା ମଜାକ ବୋଲି ପ୍ରଶ୍ନ ପଚାରିଛନ୍ତି। ସୂଚନା ମୁତାବକ, ଆମୀର ଖାନ୍‌ ଓ କିରଣ ରାଓ ବିବାହର ୧୫ ବର୍ଷ ପରେ ଅଲଗା ହୋଇଛନ୍ତି। ଦୁହେଁ ଗତ ବର୍ଷ ଜୁଲାଇ ମାସରେ ଏକ ଭିଡିଓ ଶେଆର କରି ଛାଡପତ୍ର ନେଇଥିବା ଘୋଷଣା କରିଥିଲେ। ତେବେ ଛାଡପତ୍ର ପରେ ଆମୀର କୁଆଡେ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା।

Ad 13