ପୁଣି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦

ବାରବାଟୀକୁ ପୁଣି ଫେରିଛି ଟି-୨୦। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ସୂଚନାମୁତାବକ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସୋମବାର ୨୦୨୫ ପାଇଁ ଅନ୍ତର୍ଜାତୀୟ ଘରୋଇ ସିଜିନ୍ ଏବଂ ଦକ୍ଷିଣ ଆଫ୍ରିକା ‘ଏ’ର ଭାରତ ଗସ୍ତ ପାଇଁ ସଦ୍ୟତମ କାର୍ଯ୍ୟସୂଚୀ ଘୋଷଣା କରିଛି ଏବଂ ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ଅନୁସାରେ, ଭାରତ ଗସ୍ତ ସମୟରେ, ଦକ୍ଷିଣ ଆଫ୍ରିକା ୫ଟି ଟି-୨୦ ମ୍ୟାଚ୍ ଖେଳିବ, ଯାହା ମଧ୍ୟରୁ ପ୍ରଥମ ଟି-୨୦ ମ୍ୟାଚ୍ ଓଡ଼ିଶାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହା ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।

Ad 13