ପୁରୁଣା ପର୍ସକୁ ବ୍ୟବହାର ନକରି ମଧ୍ୟ ଏହାର ସୁଫଳ ପାଇହେବ

ଲକି ପର୍ସ ପୁରୁଣା ହୋଇ ଯାଇଥିଲେ, ସେଥିରୁ ସବୁ ଜିନିଷ କାଢି ନୂଆ ପର୍ସରେ ରଖିଦିଅନ୍ତୁ। ତା’ପରେ ନାଲି କପଡ଼ାରେ କିଛି କଏନ୍‌ ବାନ୍ଧି ପୁରୁଣା ପର୍ସରେ ରଖିଦେଲେ ଦେଖିବେ ପୁରୁଣା ପର୍ସ ସବୁବେଳେ ସେମିତି ଲକି ହୋଇ ରହିଥିବ ଆଉ ଆପଣ ତାହାର ଫାଇଦା ପାଇ ଚାଲିଥିବେ।

ପୁରୁଣା ଲକି ପର୍ସରେ ନାଲି କପଡ଼ାରେ କିଛି ଅରୁଆ ଚାଉଳ ବାନ୍ଧି ରଖିଦେବେ। କିଛିଦିନ ପରେ ସେହି ଚାଉଳରୁ କିଛି ନେଇ ନୂଆ ପର୍ସରେ ରଖିଦେଲେ ଦେଖିବେ ପୁରୁଣା ପର୍ସରୁ ଯେଉଁ ସକାରାତ୍ମକ ଊର୍ଜ୍ଜା ମିଳୁଥିଲା ନୂଆ ପର୍ସରୁ ବି ସେହି ଊର୍ଜ୍ଜା ମିଳିବ।

ପୁରୁଣା ପର୍ସ ଫୋପାଡିବାକୁ ଚାହୁଁ ନଥିଲେ ତାହାକୁ ନାଲି କପଡ଼ାରେ ଗୁଡ଼ାଇ ଆଲମାରିର ଲକର୍‌ ଭିତରେ ରଖିପାରିବେ। ଆଉ ଏହାକୁ ଖାଲି ନ ରଖି ସେଥିରେ କିଛି ଖୁଚୁରା ଟଙ୍କା/ ଚାଉଳ/ କର୍ପୂର/ ସଫା ରୁମାଲଟିଏ ରଖିଦେଲେ ଶୁଭ ହେବ।

ପୁରୁଣା ଫାଟି ଯାଇଥିବା ପର୍ସକୁ ଯଦି ସଜାଡ଼ିକି ବ୍ୟବହାର କରିହେଉଛି ତା’ହେଲେ ଭଲ। ନଚେତ୍‌ ତୁରନ୍ତ ବଦଳାଇଦେବା ଦରକାର। କାରଣ ଏହିପର୍ସ ଅର୍ଥହାନୀର କାରଣ ସାଜିଥାଏ। ଏକ୍ଷେତ୍ରରେ ଉପରୋକ୍ତ ଉପାୟଗୁଡ଼ିକୁ ପାଳନ କରାଯାଇପାରେ।