ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ, ମାଷ୍ଟରକ୍ୟାଣ୍ଟିନରେ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୫ ବର୍ଷ ବୟସରେ ପାଦ ଦେଲେ ମୋଦି । ତେବେ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହେଉଛି। ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ।