ପ୍ରବଳ ବର୍ଷା ସ୍ୱତ୍ୟେ ଥୁଆମୂଳ ରାମପୁର ବ୍ଲକ୍ ର ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସ ପାଳିତ l
ଥୁଆମୂଳ ରାମପୁର,୧୬/୦୮-(ଦୁର୍ଗା କୀର୍ତ୍ତି):- ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମଧ୍ୟ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ତହସିଲ କାର୍ଯ୍ୟାଳୟ, ଶିକ୍ଷାଧିକାରୀ କାର୍ଯ୍ୟାଳୟ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟ, ବନବିଭାଗ କାର୍ଯ୍ୟାଳୟ, ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ, ବ୍ୟାଙ୍କ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବିଭିନ୍ନ ସ୍କୁଲ କଲେଜ, ଅଙ୍ଗନବାଡି କେନ୍ଦ୍ର, ନବଜୀବନ ଯୁବ ଅନୁଷ୍ଠା, ବ୍ଲକ୍ କଂଗ୍ରେସ, ବିଜେଡି, ବିଜେପି କାର୍ଯ୍ୟଳୟ ସମେତ ବ୍ଲକର ୨୪ ଗୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ୭୯ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶୁକ୍ରବାର ଜାତୀୟ ପତାକା ଉତ୍ତୋଳନ କରାଯାଇଛି l ଏହି ପରିପ୍ରେକ୍ଷୀରେ ବର୍ଷରେ ଭିଜି ଭିଜି ବେଶ୍ ଧୁମ୍ ଧାମରେ ୭୯ତମ ସ୍ବାଧୀନତା ଦିବସ ପାଳନ କଲେ ଥୁଆମୂଳ ରାମପୁର ଥାନା ପୋଲିସ କର୍ମଚାରୀ l ଥାନା ଅଧିକାରୀ କୈବଲ୍ୟ ସେଠ୍ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଏ.ଏସ୍.ଆଉ ପ୍ରହଲ୍ଲାଦ ପାଣିଗ୍ରାହୀ, ଏ.ଏସ.ଆଇ ଭାସ୍କର ଖୋସ୍ଲାଙ୍କ ସମେତ ଅନେକ ପୋଲିସ କର୍ମଚାରୀ, ୭ତ ବେଟେଳୀୟନ୍ ଆଇ.ଆର୍.ବି ଦଳ ପ୍ରମୁଖ ଉପସ୍ଥିତ ରହି ଏହି ପତାକା ଉତ୍ତୋଳନ କରିଥିଲେ l

ଠିକ୍ ସେଭଳି ସେଭଳି ବ୍ଲକ୍ କାର୍ଯ୍ୟାଳୟରେ ମଧ୍ୟ ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାଂସଦ ବ୍ଲକ୍ ପ୍ରତିନିଧି ପବିତ୍ର ନାଏକ, ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଉପସ୍ଥିତ ରହି ଜାତୀୟ ଦିବସ ପାଳନ ପାରିଥିଲେ l ଏଥିରେ ସ୍ଥାନୀୟ ଉନ୍ନତ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଛାତ୍ର ଛାତ୍ରୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଦେଶର ମହାନ୍ ଦିବସ ପାଳନ କରିଥିଲେ l ସେଭଳି ଜେ.ଏମ୍.ଏଫ୍.ସି କୋର୍ଟ ମାଜିଷ୍ଟ୍ରେଟ ତାରିଣୀ ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ କୋର୍ଟ ର ମୁଖ୍ୟ କିରାଣୀ ଅଶୋକ ସାହୁ ଏବଂ କୋର୍ଟ କର୍ମଚାରୀଙ୍କ ସମେତ ଆଇନଜୀବୀ ମନୋରଞ୍ଜନ ନାଏକ ଏବଂ ପ୍ରିୟଙ୍କା ମାଝୀ ଉପସ୍ଥିତ ରହି ଜାତୀୟ ପତାକା ଉତୋଳନ କରି ଏହି ଅବସରରେ ସ୍ଥାନୀୟ ମା ମାଣିକେଶ୍ଵରୀ ମନ୍ଦିର ପରିସରରେ ବନ ବିଭାଗ ଦ୍ବାରା ଆୟୋଜିତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଶ୍ରୀ ସାହୁ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋର୍ଟ ର ଆଇନଜୀବୀ ଦିଲ୍ଲୀପ କୁମାର ନାଏକ, ବିଧାୟକ ପ୍ରତିନିଧୂ ମାଣିକ୍ୟ ଚନ୍ଦ୍ର ନାଏକ, ହରେକୃଷ୍ଣ ପଣ୍ଡା, ସତୃଘନ ଗହୀର, କୃଷ୍ଣଚନ୍ଦ୍ର ପରିଚ୍ଛା, କର୍ତ୍ତବ୍ୟ ସଂସ୍କାର ସଂଯୋଜକ ସନ୍ତୋଷ ଦାଶ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ସ୍ଥାନୀୟ ବନାଞ୍ଚଳ ଅଧିକାରୀ ତ୍ରିନାଥ ସେଠିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫରେଷ୍ଟର, ଫରେଷ୍ଟ ଗାର୍ଡଙ୍କ ସମେତ ବନ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।