ବନ ବିଭାଗ ପକ୍ଷରୁ ଏକ ଅଜଗର ସାପ ଉଦ୍ଧାର l
ଥୁଆମୂଳ ରାମପୁର, ୧୭/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ରେଞ୍ଜ ସ୍ଥିତ ଡୁମେର ପଦର ସଦର ଗଉଡ଼ ପଡ଼ା ସ୍କୁଲ ପାଖ ର ଏକ ମକା ବାଡ଼ରୁ ପଡ଼ା ବାସୀଙ୍କ ସହଯୋଗ ରେ ବନବିଭାଗ ଏକ ବିରାଟ ଅଜଗର ସାପ ଉଦ୍ଧାର କରିଛି। ରବିବାର ସକାଳୁ ସ୍କୁଲ ପାଖ ବୋଲେନ୍ ଭଟାରେ ଏକ ଅଜଗର ବୁଲୁଥିବା ପଡ଼ା ର କିଛି ଲୋକ ଦେଖିଥିଲେ l ପରେ ତାକୁ ଉଦ୍ଧାର କରି ନିରାପଦ ଜାଗାରେ ଛାଡ଼ିବା ପାଇଁ ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତିଙ୍କୁ ଫୋନ ଯୋଗେ ଗ୍ରାମର ଚନ୍ଦ୍ର ଶେଖର ପତ୍ର ଖବର ଦେଇଥିଲେ l

ପରେ ସାମ୍ବାଦିକ ସ୍ଥାନୀୟ ବନ ବିଭାଗ ଙ୍କୁ ସୂଚନା ଦେବା ପରେ ରେଞ୍ଜର ତ୍ରିନାଥ ସେଠ୍ ଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ଫରେଷ୍ଟ ଗାର୍ଡ ସ୍ୱାଗ ରଞ୍ଜନ ପଣ୍ଡା, ପାରା ଷ୍ଟାଫ୍ ନିରଞ୍ଜନ ରାଉତ, ସୋମନାଥ ନାଏକ, କାଳିଆ ପ୍ରଧାନି ପ୍ରମୁଖ ଉକ୍ତ ସ୍ଥାନରେ ପହଞ୍ଚି ଅଜଗରକୁ ଉଦ୍ଧାର କରି ସିଙ୍ଗାରି ରିଜର୍ଫ ଜଙ୍ଗଲରେ ଛାଡିଥିଲେ l ଉଦ୍ଧାର ସାପ ଟି ର ଲମ୍ବା ପାଖାପାଖି ୬ ରୁ ୭ ଫୁଟ ଏବଂ ଓଜନ ୭.୫ କେଜି ହେବ ବୋଲି ରେସ୍କ୍ୟୁ ଦଳ ସୂଚନା ଦେଇଛନ୍ତି l ଠିକ୍ ସେଭଳି ଡୁମେର ପଦର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପାଖ ଓଡ୍ରୀ – ଗୋପୀନାଥ ପୂର୍ ମୁଖ୍ୟ ରାସ୍ତା ରେ ମଧ୍ୟ ଏକ ୮.୩୦ ଫୁଟ ଲମ୍ବ କଳା ଧଳା ରଙ୍ଗର ଏକ ଅଜଗର ସ୍ଥାନୀୟ ଲୋକେ ଦେଖିଥିବା ଯାହା ସୂଚନା ରହିଛି l