ବର୍ଷ ଏକ ଉପଲବ୍ଧି ଅନେକ ନାରା ନେଇ ଲୋକଙ୍କ ପାଖରେ ପହଞ୍ଚିଲା ବିକାଶ ବାହନ ରଥ I

ଥୁଆମୂଳ ରାମପୁର, ୧୫/୦୪-(ଦୁର୍ଗା କୀର୍ତ୍ତି):- ରାଜ୍ୟରେ ନୂତନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବ୍ୟାପୀ ବିକାଶ ବାହନ ଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଏହି କ୍ରମେ ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଠାରୁ ଗତ ୧୨ତାରିଖରେ ଉଦ୍‌ଘାଟିତ ହୋଇଥିବା ବିକାଶ ବାହନ ରଥ ବ୍ଲକ୍ ର କାଣିଗୁମା, ଗୁଣୁପୁର, କିଆପଦର, କର୍ଲାପାଟ, ଥୁଆମୂଳ, ସିନ୍ଧିପଦର ଗ୍ରାମ ପଞ୍ଚାୟତରେ ଗତ ୪ଦିନ ଧରି ପରିକ୍ରମା କରି ରବିବାର ଗୋପାଳପୁର ଗ୍ରାମପଞ୍ଚାଯତ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ରଥକୁ ଗ୍ରାମପଞ୍ଚାୟତ ତରଫରୁ ଭବ୍ୟ ସ୍ଵାଗତ କରାଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ବିଷୟ ଉପରେ ଉପସ୍ଥିତ ଅତିଥି / ଅଧିକାରୀ ମାନେ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଏହି କ୍ରମେ ୩ଟି ନୂତନ ରାସନ କାର୍ଡ, ୧୯ଟି ଅନ୍ତଦ୍ୟାୟ ଗୃହ ଯୋଜନାର ଘର କାର୍ଯ୍ୟାଦେଶ ବଣ୍ଟନ ସହ ଜଣଙ୍କୁ ଅତିଥି ଙ୍କ ଦ୍ଵାରା ନଗଦ ୪୦ ଲକ୍ଷ୍ୟ ଟଙ୍କାର ଡେମୋ ଚେକ୍ ପ୍ରଦାନ କରାଯାଇ ଉପସ୍ଥିତ ଜନସାଧାରଣଙ୍କ ପାଇଁ ବିଭିନ୍ନ ସ୍ଵାସ୍ଥ୍ୟ ବ୍ୟବସ୍ଥା ବିଷୟରେ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ବିଷୟରେ କେମିତି ସମସ୍ତ ହିତାଧିକାରୀ ଉତ୍ତମ ଲାଭ ପାଇପାରିବେ ସେନେଇ ସମସ୍ତଙ୍କୁ ବୁଝାଇବା ସହ ଗୋପବନ୍ଧୁ ଯୋଜନାର ହିତାଧ୍ୟାକାରୀଙ୍କ ଇକେୱାଇସି କରାଯିବା ଏବଂ ଆଧାର କାର୍ଡ ରେ ଯାହାବି ତ୍ରୁଟି ଥିଲେ ସଂଶୋଧନ କରିବା ପାଇଁ ମାଗଣା ଆଧାର କ୍ୟାମ୍ପ ର ବ୍ୟବସ୍ଥା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ସାଂସଦଙ୍କ ବ୍ଲକ୍ ପ୍ରତିନିଧି ପବିତ୍ର ନାଏକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ତହସିଲଦାର ନିରୋଜ କୁମାର୍ ଭତ୍ରା, ବ୍ଲକ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଲ୍କୋ ହେମ୍ବ୍ରମ, ବାହନ ନୋଡାଲ ଅଧିକାରୀ ବିଭୁ ରଞ୍ଜନ ସାହୁ, ବ୍ଲକ୍ ନୋଡାଲ ଅଧିକାରୀ ସୁଭଜିତ୍ ରଞ୍ଜନ ସ୍ବାଇଁ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସାଗରିକା ଗୌଡ଼, କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ବେହେରା, ଜଙ୍ଗଲ ବିଭାଗର ଅଧିକାରୀ ତ୍ରିନାଥ ସେଠୀଙ୍କ ସମେତବିଜେପି ନେତା ବାଜ୍ରା ଭୋଇ, ବାମନୁ ନାଏକ, ବିପିନ ନାଏକ ପ୍ରମୁଖ ଉପସ୍ଥିତ ରହିଥିବା କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ବେଣୀ ମାଝୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁଭଙ୍କର ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମୀଣ ଆବାସ ଅଧିକାରୀ ରାଜେନ୍ଦ୍ର ନାରାୟଣ ଦେବ ମଞ୍ଚ ପରିଚାଳନା କରିଥିଲେ l

ସେଭଳି ବାଗଡିଆଣି ଗ୍ରାମପଞ୍ଚାୟତ ଠାରେ ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ହିମାଂଶୁ ଶେଖର ପଢ଼ି ଏବଂ ସରପଞ୍ଚ ସୂର୍ଯ୍ୟ ମାଝୀଙ୍କ ତତବଧନରେ ବିକାଶ ବାହନ ରଥକୁ ସ୍ଵାଗତ କରି ସରକାରଙ୍କ ବର୍ଷ ଏକ ଉପଲବ୍ଧି ଅନେକ ବିଷୟରେ ସମସ୍ତ ହିତାଧିକାରୀଙ୍କୁ ଅବଗତ କରାଇଥିଲେ l ଏଥିରେ ସ୍ଥାନୀୟ ସମିତି ଘାସିରାମ ମାଝୀ, ମଣ୍ଡଳ ସଭାପତି ଲକ୍ଷ୍ମୀଧର ନାଏକ, ପଞ୍ଚାୟତ ସଭାପତି ହଳଧର ନାଏକ, ବିଜେପି ନେତା ମହେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ନାମରେ ସମସ୍ତ ଅତିଥି ପଞ୍ଚାୟତ ପରିସରରେ ୩ଗୋଟି ଲେଖାଏଁ ଚାରା ରୋପଣ କରିଥିଲେ।

Ad 13