ବାଇକ୍ ଧକ୍କାରେ ଜଣେ ବୃଦ୍ଧା ମୃତ୍ୟୁ l
ଥୁଆମୂଳ ରାମପୁର,୩୦/୦୯-(ଦୁର୍ଗା କୀର୍ତ୍ତି):- ବାଇକ୍ ଧକ୍କାରେ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ଘଟିଛି l ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ଛତ୍ରଙ୍ଗ ଗ୍ରାମର
ସ୍ବର୍ଗତ ଅମର ସିଂ ମାଝୀ ଙ୍କ ସ୍ତ୍ରୀ ଗୁଞ୍ଜେନ ମାଝୀ (୫୦) ସୋମବାର ଦିନ ୩ଟା ସମୟରେ ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ମୁଖ୍ୟ ରାସ୍ତାରେ ଏକ କୋଷାବରା ପଟୁ ଆସୁଥିବା ଏକ ବାଇକ୍ ରେ ଧକ୍କା ହୋଇଥିଲେ ପରେ କିଛି ଲୋକ ସେଠାରୁ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବା ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଖବର ଆସି ସାମ୍ନାରେ ପହଞ୍ଚିଛି l ଅନ୍ୟପକ୍ଷେ ତାଙ୍କ ପରିବାର ଲୋକେ ଥୁଆମୂଳ ରାମପୁର ଥାନାରେ ମିଖିତ ଜଣାଇଥିବା ଜଣାପଡିଛି l