ବିନା ସୂଚନା ଫଳକରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ ମରାମତି I

ଥୁଆମୂଳ ରାମପୁର,୧୭/୦୬-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ଗ୍ରାମ ପଞ୍ଚାୟତ ଦୀର୍ଘ ବର୍ଷ ଅବ୍ଯବସ୍ଥା ଘେରରେ ରହିଥିବା ବେଳେ ବର୍ତ୍ତମାନ ଲକ୍ଷାଧିକ ଟଙ୍କାରେ ଏହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହକୁ ମରାମତି କାର୍ଯ୍ଯ ଚାଲୁରଖିଥିଲେ ମଧ୍ୟ ନିର୍ମାଣ ସ୍ଥଳରେ କାମକୁ ନେଇ ସୂଚନା ଫଳକ ଟିଏ ମଧ୍ୟ ଲଗା ଯାଇପାରିନଥିବା ଦେଖିବାକୁ ମିଳିଛି। ସରକାରଙ୍କ ନିୟମ ଅନୁସାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯରେ ପ୍ରଥମେ ସୂଚନା ଫଳକର ଆବଶ୍ୟକତା ପଡିଥାଏ, କାରଣ ଜନସାଧାରଣ ଏହା ଉପରେ ନିହାତି ଭାବରେ ଅବଗତ ହେବା ଜରୁରୀ ଅଛି। ଏପରି ସ୍ଥଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଫଳକ ଲଗାଇବା ବାଧ୍ୟତା ମୂଳକ କାର୍ଯ୍ଯ ଅଟେ।

ହେଲେ ଥୁଆମୂଳ ରାମପୁର ବ୍ଲକ୍ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗ୍ରାମପଞ୍ଚାୟତ ପକ୍ଷରୁ ପ୍ରାୟ ୨ ଲକ୍ଷ ୫୦ ହାଜର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଅଟକଳ ବ୍ଯୟରେ ଉକ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗୃହ ମରାମତି ଚାଲିଛି ହେଲେ ଏଥିରେ ସୂଚନା ଫଳକ ଲଗା ଯାଇପାରିନାହିଁ। ଯାହା ଫଳରେ ଜନସାଧାରଣ ଏହି କାମ କେଉଁ ପାଣ୍ଠିରୁ ଅନୁଦାନ ଆସି ଏଥିରେ କେତେ ଖର୍ଚ୍ଚା କରାଯାଉଛି, କେବେ ଆରମ୍ଭ ହେଲା କେବେ ଶେଷ ହେବାକୁ ଯାଉଛି, କେଉଁ ଠିକାଦାରଙ୍କ ଦ୍ବାରା କାର୍ଯ୍ୟ କରାଯାଉଛି ତାହା ଜାଣିବା ଠାରୁ ଜନସାଧାରଣ ବଞ୍ଚିତ ରହିଛନ୍ତି। ତେବେ ଏହା ଉପରେ ବ୍ଳକ ପ୍ରଶାସନ କେଉଁ ଭଳି ଭାବରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସେନେଇ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁଙ୍କୁ ପଚାରିଲେ ମୁ ଏ ବିଷୟରେ କିଛି କହିପାରିବି ନାହିଁ ଆପଣ ସରପଞ୍ଚଙ୍କ ପଚାରନ୍ତୁ ବୋଲି ଉତ୍ତର ରଖିଥିବା ବେଳେ ସରପଞ୍ଚ ବିଜୟା ମାଝିଙ୍କୁ ପଚାରିଲେ ମୁ କିଛି ଜାଣି ନାହିଁ ମୋ ସ୍ବାମୀ ସବୁ ବୁଝିଛନ୍ତି ତାଙ୍କୁ ପଚାରନ୍ତୁ ବୋଲି କହିଛନ୍ତି l

Ad 13