ବିଭିନ୍ନ ବିଭାଗରେ ନିୟୋଜିତ ୧୫ ବର୍ଷରୁ ଅଧିକ ପୁରୁଣା ୬ ହଜାର ଗାଡ଼ିକୁ ସ୍କ୍ରାପିଂ କରିବେ ସରକାର
କୌଣସି ସରକାରୀ ବିଭାଗରେ ବ୍ୟବହାର ହେବନି ପୁରୁଣା ଗାଡ଼ି । ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡ଼ିକୁ ସ୍କ୍ରାପିଂ କରାଯିବ । ଏନେଇ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସମସ୍ତ ବିଭାଗର କମିଶନର ତଥା ସଚିବଙ୍କୁ ଚିଠି ଲେଖା ଯାଇଛି । ମୋଟ ୬ହଜାର ୨୪୧ ଗାଡ଼ିକୁ ସ୍କ୍ରାପିଂ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ଓଡ଼ିଶା ପୁଲିସ ନିକଟରେ ସର୍ବାଧିକ ପୁରୁଣା ଗାଡ଼ି ରହିଛି । ୧୪ ଶହ ୮୩ଟି ଗାଡ଼ି ପୁରୁଣା ଗାଡ଼ି ଓଡ଼ିଶା ପୁଲିସ ବିଭାଗରେ ରହିଛି । ସେହିପରି ଗୃହ ବିଭାଗ ପାଖରେ ୧ହଜାର ୧୮୯ଟି ପୁରୁଣା ଗାଡ଼ି ରହିଛି । ତେବେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ସେ ସ୍ଥାନରେ ନୂଆ ଗାଡ଼ି କିଣିବେ ସରକାର ।ଏଥିପାଇଁ କ୍ଷେତ୍ର ଅଧିକାରୀଙ୍କୁ ବ୍ୟବସ୍ଥା କରିବାକୁ କୁହାଯାଇଛି । ସ୍କ୍ରାପିଂ ଗାଡ଼ି ବାବଦରେ ଅବଗତ କରିବାକୁ କୁହାଯାଇଛି । କେଉଁ ବିଭାଗ କେତେ ଗାଡ଼ି ସ୍କ୍ରାପିଂ କଲେ ତା’ର ଏକ ରିପୋର୍ଟ ପରିବହନ ବିଭାଗକୁ ପଠାଇବେ । ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପଠାଇଲେ ଅର୍ଥ ମନ୍ତ୍ରଣାଳୟର ସହାୟତା ମିଳିବ।