ଭରସ୍ୟମ ହରାଇ ଓଲଟିଲା ପିକପ୍ ଭ୍ୟାନ : ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ୟୁ I

ଥୁଆମୂଳ ରାମପୁର,୧୫/୦୪-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା କର୍ଲାପାଟ ଥାନା ଅନ୍ତର୍ଗତ ଭବାନୀପାଟଣା – ଥୁଆମୂଲ ରାମପୁର ମୁଖ୍ୟ ରାସ୍ତା ଉପରେ ଭାରସ୍ୟମ ହରାଇ ଓଲଟି ପଡ଼ିଲା (ଓଡି୦୮ଏସ୭୪୩୦) ନମ୍ବର ବିଶିଷ୍ଟ ୨୦୭ ପିକପ୍ ଗାଡ଼ି, ଫଳଲେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା l ମିଳିଥିବା ସୂଚନା ମୁତାବକ କର୍ଲାପାଟ ଗ୍ରାମର ସୁବାସ ଚନ୍ଦ୍ର ପୁଝାରୀଙ୍କ ପୁଅ ସଞ୍ଜୀବ ପୁଝାରୀ (୩୭) କୌଣସି କାମ ନେଇ ନିଜ ଠାରୁ ଭବାନିପାଟଣା ଅଭିମୁଖେ ଯାଉଥିବା ବେଳେ ସୋମବାର ସନ୍ଧ୍ୟା ସମୟରେ ସେମେଲପଦର ଛକ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

ଏସଂପର୍କରେ ଖବର ପାଇ ଘଟଣା ସ୍ଥଳରେ କର୍ଲାପାଟ ଥାନା ଅଧିକାରୀ ଶ୍ରୀକାନ୍ତ କୋଲ୍କା ପହଞ୍ଚି ଶବ ଜବତ କରି ୧୦/୨୫ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ l ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି କର୍ଲାପାଟ ଥାନା ଅଧିକାରୀ l ସେହିପରି ମଙ୍ଗଳବାର ଅପରାହ୍ନରେ ସେମେଲପଦର ଗ୍ରାମ ପାଖା ପାକ୍ଷୀ ଜଙ୍ଗଲ ପାଖରେ ଏକ ହାଇୱା ଗାଡ଼ି ମଧ୍ୟ ଓଲଟି ଅଳ୍ପକେ ପର୍ତିଲେ ଗାଡ଼ି ଚାଳକ l