ଭାରସ୍ୟମା ହରାଇ ଓଲଟି ପଡ଼ିଥିଲା ବୋଲେରୋ Iଅଳ୍ପକେ ମୃତ୍ୟୁମୁଖରୁ ବାର୍ତିଲେ ଲୋକେ
ଥୁଆମୂଳ ରାମପୁର, ୩୦/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ଥୁଆମୂଳ ରାମପୁର – କାଶିପୁର ମୁଖ୍ୟ ରାସ୍ତା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ରବିବାର ରାତି ଭାରସ୍ୟମା ହରାଇ ଓଲଟି ପଡ଼ିଥିଲା ଏକ ବୋଲେରୋ, ଫଳରେ ଅଳ୍ପକେ ମୃତ୍ୟୁମୁଖରୁ ବାର୍ତିଲେ ଗାଡ଼ିରେ ବସିଥିବା ଲୋକେ I ମିଳିଥିବା ସୂଚନାରୁ ଜଣାଯାଏ ଯେ, ରାତି ପ୍ରାୟ ୮.୪୦.ମି ସମୟରେ ଓଡି୦୮କେ୮୮୫୫ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ବୋଲେରୋ ପ୍ଲସରେ ନକରୁଣ୍ଡି ଗ୍ରାମପଞ୍ଚାୟତ ସ୍ଥିତ ମୋହନଗିରୀ ଗ୍ରାମର ୮ ଜଣ ଲୋକେ ବସି ଡୁମରପଦର ଏକ ସାମାଜିକ କାର୍ଯ୍ୟକୁ ଯାଇ ସେଠାରୁ ତାଙ୍କ ଗାଁ ଫେରୁଥିବା ବେଳେ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପାଖ ବୁଲାଣି ରାସ୍ତାରେ ଭାରସ୍ୟମ ହରାଇ ଏକ ଗଛକୁ ଅଳ୍ପ ଧକ୍କା ଦେଇଥିଲା ଏବଂ ପରବର୍ତ୍ତୀ ସମୟରେ ଗାଡ଼ିଟି ସିଧା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଓଲଟି ପଡ଼ିଥିଲା l ଫଳରେ ଗାଡ଼ିରେ ବସିଥିବା ଏକ ଛୋଟ ଛୁଆଙ୍କ ସମେତ ୮ଜଣ ଲୋକଙ୍କୁ ଅଗ୍ନିଶମ ବିଭାଗ ର କର୍ମଚାରୀ ଉଦ୍ଧାର କରି ତାଙ୍କୁ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ଡ଼୍ରାଇଭର ଅଜିତ ନାଏକ (୩୫)ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆକିଲ ନାଏକ (୪୮) ଏବଂ ଅନାମ ନାଏକ (୪୦) ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ବର୍ତ୍ତମାନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରୁଥିବା ଜଣାପଡିଛି l ଅପରପକ୍ଷରେ ଅନ୍ୟ ୫ଜଣଙ୍କ କିଛି ହୋଇନଥିବା ବେଳେ ଦୁର୍ଘଟଣାର ପାଖାପାଖି ୧ଘଣ୍ଟା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଓଲଟି ଥିବା ଗାଡ଼ିକୁ ଉଧାର କରିଛନ୍ତି l