ମନରେଗା ଯୋଜନାରେ ଗାଁସାଥି ଓ ଠିକାଦାର ମାଲାମାଲ।ମାଷ୍ଟର ମାଇଣ୍ଡ ସାଜିଛନ୍ତି ଜିଆର୍ ଏସ ଏବଂ ଗାଁ ସାଥି l
ଥୁଆମୁଳ ରାମପୁର,୧୧/୦୨- (ଦୁର୍ଗା କୀର୍ତ୍ତି):- ସରକାରଙ୍କ ପକ୍ଷରୁ ବେକାରୀ ଓ ଦାଦନ ରୋକିବା ସହ ଗରିବ ଲୋକଙ୍କୁ ସ୍ବାବଲମ୍ବୀ କରିବା ନେଇ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରୁଛନ୍ତି। ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ଗୁଡିକରେ ବିଭିନ୍ନ ବିଭାଗ ତରଫରୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରି ଗରିବ ଲୋକଙ୍କୁ କାମ ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କା ବ୍ଯୟବରାଦ କରାଯାଉଛି। ଯାହାକି ଦାଦନ ରୋକିବା ସହିତ ଗରିବ ଲୋକଙ୍କୁ ସ୍ବାବଲମ୍ବୀ କରିବା ପାଇଁ, ହେଲେ ଦାଦନ ରୋକିବାରେ ବିଫଳ ହୋଇଛନ୍ତି ସରକାର, ଏହା କେଉଁଠି ନା କେଉଁଠି ତୃଟି ରହୁଥିବା ଭଳି ମନେ ହୁଏ, ଯାହାଫଳରେ ଗରିବ ଲୋକେ କାମ କରି ତାଙ୍କର ହକ ପାଇବାରୁ ବଞ୍ଚିତ ହେଉଥିବା ଭଳି ଘଟଣା ସାମ୍ମାକୁ ଆସୁଅଛି। ଏଥିରେ ଗାଁସାଥି ଓ ଠିକାଦାର ନିଜ ମନ ଇଚ୍ଛାରରେ ମନରେଗା ଯୋଜନାକୁ ହାତ କରି ସେମାନେ ମାଲାମାଲ ହେଉଥିବା ମନେହୁଏ। ଯାହାକି ଏହି ମନରେଗା ଯୋଜନା ସରକାରଙ୍କ ନିୟମ ଅନୁସାରେ ଚାଲିବା ବଦଳରେ ଖୋଲାଖୋଲି ଭାବରେ ଗାଁସାଥି ଓ ଠିକାଦାର ଉଲଙ୍ଘନ କରୁଛନ୍ତି ବୋଲି ଆଲୋଚନା ହେଉଅଛି।
ଏହା ଉପରେ କୌଣସି ବିଭାଗୀୟ ଅଧିକାରୀ ତଦାରଖ କରୁନଥିବା ବୋଲି ମନେହୁଏ। ଏହାର ସୁଯୋଗ ନେଇ ଗାଁସାଥି ଓ ଠିକାଦାର ଜବଡିମାଣ୍ତ କରି ତାଙ୍କ ଇଛା ଅନୁସାରେ ମନରେଗା ଯୋଜନା କାମ କରୁଛନ୍ତି ବୋଲି ଆଲୋଚନା ହେଉଅଛି। ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକର ଉପାନ୍ତ ଅଞ୍ଚଳରେ ହେଉଥିବା ଏହି ମନରେଗା ଯୋଜନାରେ ଯାହା କାମ ହେଉଛି ସେଥିରେ ଗାଁସାଥି ଓ ଠିକାଦାର ସର୍ବେସର୍ବା ହୋଇଛନ୍ତି। ହଁ ଆଜ୍ଞା ଏକଥା ଆମେ କହୁନୁ ଥୁଆମୁଳ ରାମପୁର ବ୍ଳକର ଅନେକ ଦୁର୍ଗମ ଅଞ୍ଚଳରେ ଏହା ଆଲୋଚନା ବିଷୟ ପାଲଟିଛି। ବ୍ଳକରେ ମନରେଗା ଯୋଜନାରେ ଯାହାବି କାର୍ଯ୍ଯ ଚାଲିଛି ଏଥିରେ କାର୍ଯ୍ଯ କରିଥିବା ଶ୍ରମିକ ମାନଙ୍କ ବଦଳରେ କାମ କରିନଥିବା ଲୋକଙ୍କ ବ୍ଯାଙ୍କ ଖାତାରେ ଟଙ୍କା ଜମା ହେଉଅଛି ବୋଲି ଅଭିଯୋଗ ହେଉଛି। ତେବେ ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନା ବିପଥ ଗାମୀ ହେବା ଦ୍ବାରା ଶ୍ରମିକ ମାନେ ସେହି ଗରିବକୁ ଗରିବ ଓ ଦାଦନ ସମସ୍ୟା ବଢିବାରେ ଲାଗିଛି। ଏମିତି ଅନେକ ସ୍ଥାନରେ ମନରେଗା ଯୋଜନାର ଏଲବିସିଡି, ଷ୍ଟେଗର୍ଟେଞ୍ଜ, ଷ୍ଟୋନ ବାଇଣ୍ଡିଂ କାମରେ ଅନିୟମିତତା ହେବା ସହ ସରକାରୀ ବେତନ ପାଉଥିବା ଲୋକଙ୍କ ଜମା ଖାତାରେ ଟଙ୍କା ଜମା କରି ଲୋକଙ୍କୁ ୫ସହ ହଜାରେ ଲୋଭ ଦେଖାଇ ବାକି ଟଙ୍କା ଠିକାଦାର୍, ଜିଆର୍ ଏସ ଓ ଗାଁସାଥି ମିଶି ସ୍ୱଳ୍ପ ଅର୍ଥରେ ମନଇଚ୍ଛା କାମ କରି ସରକାରୀ ପଇସା ହାରିଲୋଟ୍ କରୁଛନ୍ତି l ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ଉଚ୍ଚ ସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁ ନ ଥିବା ବିଷୟ ରୁ ଅନୁମାନ କରାଯାଉଛି କି ଯେ ସମସ୍ତେ ସମସ୍ତଙ୍କ ଭାବ ରଖି ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ମନରେଗା ଯୋଜନା ପ୍ରକୃତରେ ଗରିବ ଲୋକେ ଉପକୃତ ହେଉଛନ୍ତି ଓ ଦାଦନ ରୋକିବାରେ କେତେ ସଫଳ ହେଉଛି ତାହା ସମୟ କହିବ। ଏସଂପର୍କରେ ବାରମ୍ବାର ବିଡ଼ିଓ ଧ୍ରୁବ ଚରଣ ମୁଦୁଲି କିମ୍ବା ବ୍ଲକ୍ ପ୍ରଶାସନକୁ ଅବଗତ କରାଗଲା ମଧ୍ୟ ହଁ ଆମେ ତଦନ୍ତ କରୁଛୁ ତଦନ୍ତ କରୁଛୁ କହି ଦୁର୍ନୀତିକୁ ଆହୁରି ଚାପିଦେବାର ପ୍ରୟାସ କରାଯାଉଛି l ବର୍ତ୍ତମାନ୍ ଯୋଦି ଜିଲ୍ଲା ଭିଜିଲାନ୍ସ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେବା ତେବେ ଏହି ବ୍ଲକ୍ ରେ ଦୁର୍ନୀତିର ଚର୍ମଶୀମା ଆହୁରି ଗତି କରିବ ବୋଲି ଲୋକେ ବିଭିନ୍ନ ଛକ ବଜାରରେ ଆଲୋଚନା ଜୋର୍ ଧରୁଛି l