ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଏବଂପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ l

ଥୁଆମୂଳ ରାମପୁର,୩୧/୦୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଭା ଗୃହ ଠାରେ ଶୁକ୍ରବାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଏବଂ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ ଶିବିର ଆର୍ଥିକ ବର୍ଷ ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ୱ ସ୍ବଚ୍ଛତା ସମିତି ପକ୍ଷରୁ ଆୟୋଜିତ ହୋଇଥିବା ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବ ଚରଣ ମୁଦୁଲିଙ୍କ ଆଭ୍ୱାନ କ୍ରମେ ବ୍ଲକ୍ ଅଧ୍ଯକ୍ଷ ଦୟାନିଧି ମାଝୀ ଅଧ୍ଯକ୍ଷତା କରିଥିଲେ। ଏଥିରେ ପ୍ରଦୁମ୍ନ୍ କୁମାର ଦାସ ପିଏ ଆଇଟିଡିଏ ଥୁଆମୂଳ ରାମପୁର ତଥା ସାମାଜିକ ସମୀକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ଆଇଟିଡିଏ ଏଇଇ ସାଲକୋ ହେମ୍ମ୍ର, ଅତିରିକ୍ତ ପଞ୍ଚାୟତ ଅଧିକାରୀ ତ୍ରିଲୋଚନ ନାଏକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିବା କାର୍ଯ୍ୟକ୍ରମକୁ ଅତିରିକ୍ତ ପ୍ରୋଗ୍ରାମ ଅଫିସର ଆଶିଷ କୁମାର ଚୌଧୁରୀ ଶିବିରକୁ ପରିଚାଳନା କରିଥିଲେ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ର ସାମାଜିକ ସମୀକ୍ଷା ଅବଧି ୧ ଅକ୍ଟୋବର ୨୦୨୩ ଠାରୁ ୩୧ ମାର୍ଚ୍ଚ ୨୦୨୪ ଏବଂ ୧ ଏପ୍ରିଲ ୨୦୨୪ ଠାରୁ ୩୦ ସେପ୍ଟେମ୍ବର ୨୦୨୪/୨୫ ପଞ୍ଚଦଶ କମିଶନଯୋଜନା କାର୍ଯ୍ୟର ସମୀକ୍ଷା କରିଥଲେ । କାର୍ଯ୍ୟକ୍ରମରେ କୃଷି ବିଭାଗ, ଉଦ୍ୟାନ ବିଭବ, ମୃତ୍ତିକା ସଂରକ୍ଷଣ, ଜଙ୍ଗଲ ବିଭାଗ ସମେତ ଅନ୍ୟାନ୍ୟ ବିଭବରେ ମନରେଗା ଯୋଜନା ମାଧ୍ୟମରେ ହେଉଥ‌ିବା ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା ରିଥିଲେ । ହେଲେ ଉତ୍ତରାଞ୍ଚଳ ଜଙ୍ଗଲ ବିଭାଗର ଅଧିକାରୀ, ମୃତ୍ତିକା ସଂରକ୍ଷଣ ବିଭାଗର ପଦାଧିକାରୀ, କୃଷି ବିଭାଗ ପଦାଧିକାରୀ ଓ ଅନେକ ବିଭାଗର ଅଧିକାରୀ ଅନୁପସ୍ଥିତ ଥିଲେ ଏବଂ ଯେଉଁ କିଛି ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ସେ ମାନେ କହିଲେ କି ଆମେ ନୂଆଁ ନୂଆଁ ଭାବେ ଯୋଗ ଦେଇଅଛି ବିଭାଗ ବିଷୟରେ କିଛି ଜାଣି ନାହୁଁ ବୋଲି ବୈଠକରେ କହିଥିଲେ l ବର୍ଷକୁ ଥରେ ହେଉଥିବା ଜନଶୁଣାଣୀରେ ଯଦି ଅଧିକାରୀ ମାନେ ଅନୁପସ୍ଥିତ ରହୁଛନ୍ତି ତେବେ କେତେଦୂର ଏହା ଠିକ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ଯୋଜନା କରାଯାଉଛି ବୋଲି ତାଙ୍କ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି ହେଉଥିବା ଜନସାଧାରଣଙ୍କ ମହଲରେ ତୀବ୍ର ସନ୍ଦେହ ଉପୁଜୁଛି l ଏହି ଅବସରରେ ବ୍ଲକ୍ ଉପାଧ୍ୟକ୍ଷ ଜୟନ୍ତୀ ମାଝୀ, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ, କଂଗ୍ରେସ ବ୍ଲକ୍ ସଭାପତି ଜଳନ୍ଧର ନାଏକ, ପୂର୍ବତନ ବ୍ଲକ୍ ଅଧ୍ଯକ୍ଷା ତଥା ଗାଁ ସାଥି ବ୍ଲକ୍ ସଭାପତି କିଆମଣୀ ନାଏକ ଙ୍କ ସମେତ ବହୁ ଜନ ପ୍ରତିନିଧି, ସରକାରୀ କର୍ମଚାରୀ ଉପସ୍ଥିତ ରହି ୨୦୨୪-୨୦୨୫ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଉନ୍ନୟନ କାର୍ଯ୍ୟର ବ୍ୟୟବରାଦ ଉପରେ ଅଧିକାରୀ ମାନେ ଆଲୋକପାତ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ମନରେଗା ଯୋଜନାରେ ବ୍ୟାପକ ଭାବରେ ଉକ୍ତ ବ୍ଲକ୍ ରେ ଦୁର୍ନୀତି ହେବା ସହ ସରକାରୀ ବେତନ ପାଉଥିବା ଲୋକଙ୍କ ଠାରୁ ଆରମ୍ଭ କରି ମଧୁବାବୁ ପେନସନ ଯୋଜନା ପାଉଥିବା ହିତାଧିକାରୀ ମାନଙ୍କ ଆକାଉଣ୍ଟ କୁ ଜବ ଡିମାଣ୍ଡ କରି ଶିଶୁ ମାନଙ୍କୁ ଶ୍ରମିକ ଭାବରେ ନିୟୋଜିତ କରି ମନରେଗା ଯୋଜନା ନିୟମ କୁ ଉଲଙ୍ଘନ କରୁଥିବା
ଜନସାଧାରଣ ଏବଂ ବହୁଜନପ୍ରତନିଧି ମାନେ ଗୃହରେ ଅଭିଯୋଗ କରିଥିଲେ ।