ମହୁଲି ମଦ ନେଲା ଜୀବନ : ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା
ବାଲିଗୁଡ଼ା, ତା, ୧୦।୦୬ :(ସଞ୍ଜୟ କୁମାର ପାଣିଗ୍ରାହୀ): ମହୁଲି ମଦ ପାନରୁ ସାମାନ୍ୟ ବଚସା ଓ ପରେ ହତ୍ୟା l ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ଅଞ୍ଚଳ ରେ ଘଟିଛି l ମୃତକ ଜଣକ ହେଲେ ବାଲିଗୁଡ଼ା ମୁଣ୍ଡାସାହିର ଶଙ୍କର ନାୟକ। ଖବର ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଘଣ୍ଟ ସମୟରେ ରେ ସ୍ଥାନୀୟ ନୂଆସାହି ର ନୀରାକାର ନାୟକ (୫୫) ଓ ମୁଣ୍ଡାସାହି ର ଶଙ୍କର ନାୟକ (୫୨)ଦୁହେଁ ସାଙ୍ଗ ହୋଇ ହାଟପଦା ସାହି କୁ ମହୁଲି ମଦ ପିଇବାକୁ ଆସି କଥା କଥାରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ଏଥିରେ ନୀରାକାର ଉତ୍କ୍ଷିପ୍ତ ହୋଇ ଶଙ୍କର ର ମୁଣ୍ଡ କୁ ହାତରେ ପ୍ରବଳ ମାତ୍ରାରେ ପ୍ରହାର କରିଥିଲା, ଏଥିରେ ଶଙ୍କର ତଳେ ପଡିଯିବାରୁ ନିରାକାର ପେଟକୁ ୨/୩ଥର ଗୋଇଠା ମାଡ଼ ମାରିଥିଲା ।
ଯେଉଁଥିରେ କି’ ଶଙ୍କର ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ତେବେ ହତ୍ୟା ପରେ ଅତି ଅମାନୁଷିକ ଭାବେ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ କମିଟି ଗୃହ ନିକଟରେ ରଖିଥିଲା । ମଙ୍ଗଳବାର ଦିନ ସକାଳେ ସ୍ଥାନୀୟ ଲୋକେ ଶବକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଏବଂ ଶଙ୍କର ର ସ୍ତ୍ରୀ ସାବିତ୍ରୀ ନାୟକ ଙ୍କ ଏତଲା ପ୍ରକାରେ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ କେଶ ନଂ. ୧୮୩/୨୫ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖି ନିରାକାର କୁ କୋର୍ଟ କୁ ଚାଲାଣ କରାଯାଇଥିବା ବିଷୟ ତଦନ୍ତ କାରୀ ଅଧିକାରୀ ସଞ୍ଜୟ ସ୍ୱାଇଁ ପ୍ରକାଶ କରିଛନ୍ତି।