ମାଁ ମାଟି ମାଲି ସୁରକ୍ଷା ସମିତି ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳିତ l

ଥୁଆମୂଳ ରାମପୁର,୦୯/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍ ଏବଂ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ସୀମାନ୍ତ ସାଗବାରି ପାଖ ପୋଢ଼ ବନ୍ଧା ଘାଟି ଠାରେ ଶନିବାର ବିଶ୍ଵ ଆଦିବାସୀ ଦିବସ ୨୦୨୫ ମା ମାଟି ମାଳି ସୁରକ୍ଷା ମଞ୍ଚ କଳାହାଣ୍ଡି, ରାୟଗଡା ପକ୍ଷରୁ ବେଶ୍ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ କାଶିପୁର ଏବଂ ଥୁଆମୂଳ ରାମପୁର ବ୍ଲକ୍ ଅଧିନର ଆଖ ପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ମୂଳ ନିବାସୀ ମାନେ ନିଜ ଗ୍ରାମ ଠାରୁ ନିଜ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଶୋଭା ଯାତ୍ରାରେ ବାହାରି ସଭା ସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚିଥିଲେ l

ପରେ ସେଠାରେ ଅନେକ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ବିପ୍ଲବୀ ବୀର ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ପୂର୍ବତନ ସାଂସଦ ଜୟ ରାମ ପାଙ୍ଗି, ଓଡ଼ିଶା ହାଇକୋର୍ଟ ଓକିଲ ଉପେନ୍ଦ୍ର ମାଝୀ, ନିୟମଗିରି ସୁରକ୍ଷା ସମିତି ସଂଯୋଜକ ଲିଙ୍ଗରାଜ ଆଜାଦ, ସାମାଜିକ କର୍ମୀ କଲ୍ୟାଣ ଆନନ୍ଦ, ସାମାଜିକ କର୍ମୀ ସୁରେଶ ସଂଗ୍ରାମ
ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ଶିକବା ପ୍ରମୁଖ ଯୋଗ ଦେଇ ଆଦିବାସୀଙ୍କ ହକ ଅଧିକାର ଉପରେ ସମସ୍ତେ ଆଲୋଚନା କରି କେମିତି ଆଗାମୀଦିନରେ ମୂଳନିବାସି ଶିକ୍ଷିତ ହେବା ସହ ସମାଜ ରେ ଜଣେ ଜଣେ ଦକ୍ଷ ବ୍ୟକ୍ତି ହୋଇପାରିବେ ସେ ନେଇ ଆଲୋଚନା କରିବା ସହ ବିଶ୍ଵ ଆଦିବାସୀ ଦିବସ ଅବସରରେ ନିଜ ଭିଟା ମାଟି ହରାଇବାକୁ ଯାଉଥିବା ସିଜି ମାଳି ଖଣି ଅଞ୍ଚଳର ହଜାର ହଜାର ଅଧିବାସୀ ମୂଳନିବାସି ପୂର୍ବରୁ ହୋଇଥିବା ଖଣି ଖନନ ର ମିଛ ଗ୍ରାମସଭା କୁ ବିରୋଧ କରି ସମସ୍ତେ ଏକଜୁଟ ହୋଇ ପୁନର୍ବାର ଗ୍ରାମସଭା କରାଯାଇ ବୋଲି ଆଲୋଚନା କରିଥିଲେ l
ଏବଂ ସିଜିମାଳି ଅଞ୍ଚଳର ଜନସାଧାରଣ ତଥା ଅନୁସୂଚିତ ଅଞ୍ଚଳରେ ଜନସାଧାରଣ ହେଉଛନ୍ତି ସୁପ୍ରିମ୍, ଏବଂ ଗ୍ରାମସଭା ହେଉଛି ସବୁଠାରୁ ଶ୍ରେଷ୍ଠ, ଯାହାକୁ ନିୟମଗିରି କେଶ୍ ରେ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ଦେଇଛନ୍ତି ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ l ସୂଚନା ଯୋଗ୍ୟ ଯେ, ଏହି ବିଶ୍ଵ ଆଦିବାସୀ ଦିବସ ସଭା କୁ ଭଣ୍ଡୁର କରିବା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କାଶିପୁର ର ସଙ୍ଗେର, ଥୁଆମୂଳ ରାମପୁର ରାମପୁର ର ନକରୁଣ୍ଡି, କେରାପାଇ, ତଳ ଆମ୍ବାପଦର୍ ଆଦି ତିଜମାଳୀ, କୁଟୃମାଳୀ ଅଞ୍ଚଳ ରୁ ଆସିଥିବା ଅଞ୍ଚଳବାସୀ କୁ ବିରୋଧ କରି ପୁରା ଅଞ୍ଚଳକୁ ନିଷିଦ୍ଧ କରି ଡ୍ରୋନ କେମେରା ବୁଲାଇ ମାଇକ ରେ ଘୋଷଣା ରହୁଥିଲେ ହେଁ ଲୋକ ନିର୍ଭିକ ଭାବେ ଏକଠା ହୋଇ ୧୪୪ କୁ ଭାଙ୍ଗି ଉତ୍ସାହରେ ନୃତ ରତ । ପ୍ରକୃତି, ସଂସ୍କୃତି, ଜୀବନ, ଜିଵିକା, ଜଳ, ଜମି, ଜଙ୍ଗଲ ସୁରକ୍ଷା ତା ନିର୍ଦ୍ଦେଶରେ ଚାଲିବ ନାହିଁ, ଆମ୍ଵେଦ କରଙ୍କ ସମ୍ବିଧାନରେ, ପେଶା କାନୁନ, ପଞ୍ଚମ ଅନୂସୂଚିରେ ଚାଲିବ ବୋଲି ସମସ୍ତେ ଏକଜୁଟ ହୋଇ ବିଶ୍ଵ ଆଦିବାସୀ ଦିବସ ପାଳନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ମାଁ ମାଲି ମାଟି ସୁରକ୍ଷା ମଞ୍ଚ କଳାହାଣ୍ଡି, ରାୟଗଡ଼ା ସଭାପତି ସୁବାସ ମାଝୀ, ଉପ ସଭାପତି ଲାଇ ମାଝୀ, ସମ୍ପାଦକ ଲକ୍ଷ୍ମଣ ମାଝୀ ପ୍ରମୁଖ ସହଯୋଗ କରିଥିଲେ l