ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା ।

ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା । ୨୨ ତାରିଖ ଯାଏ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ। ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲା ସହ ଗଞ୍ଜାମ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୬ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ଆଜି ଭୁବନେଶ୍ବର, ଢେଙ୍କାନାଳରେ କାଳବୈଶାଖୀ ଦେଖିବାକୁ ମିଳିଥିଲା। ରାଜଧାନୀରେ ବର୍ଷା ଯୋଗୁ କିଛି ସ୍ଥାନରେ ପାଣି ମଧ୍ୟ ଜମିରହିଥିଲା ।

Ad 13