ସମସ୍ୟା ଘେରରେ ତୁମୁନୀ ଖୋଲ ପ୍ରାଥମିକ ବିଦ୍ୟାଳୟ
ଥୁଆମୂଳ ରାମପୁର,୦୪)୦୮-(ଦୁର୍ଗା କୀର୍ତ୍ତି):-ସରକାର ବିଦ୍ୟାଳୟ ପ୍ରତି ଛାତ୍ରୀ ଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ସହ ଛାତ୍ର ଛାତ୍ରୀଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ଠାରୁ ଆରମ୍ଭ କରି ବହି, ଡ୍ରେସ, ଜୋତା ଓ ସାଇକେଲ ବଣ୍ଟନ ଆଦି କେତେ କଣ ଯୋଜନା କରୁଛନ୍ତି। କିନ୍ତୁ ଆଜି ବି ଏମିତି ଦୁର୍ଗମ ଅଞ୍ଚଳରେ ଅନେକ ବିଦ୍ୟାଳୟ ରହିଛି ଯେଉଁଠି ମୌଳିକ ସୁବିଧା ଖଣ୍ଡିଏ ପହଞ୍ଚିପରୁ ନାହିଁ। ଏଭଳି ଏକ ବିଦ୍ୟାଳୟ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ବିରିକୋଟ ଗ୍ରାମପଞ୍ଚାୟତ ଅଧିନସ୍ଥ ତୁମୁନୀ ଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ।

୨୦୦୯ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଜଣେ ପ୍ରଧାନ ଶିକ୍ଷକ ଭାବେ ରାମ ସିଂ ମାଝୀ ଏବଂ ଜଣେ ସହ ଶିକ୍ଷକ ଭାବେ ପ୍ରମୋଦ ଦଣ୍ଡସେନା ଶିକ୍ଷାଦାନ କରୁଥିବା ବେଳେ ଏଭଳି ସ୍ଥିତିରେ ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ, ସ୍କୁଲ ପାଇଁ ପାଚେରୀ, ଶୌଚାଳୟ, ପିଲାଙ୍କ ପାଇଁ ବିଶୁଦ୍ଧ ପାଣି, ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଗୃହ ନ ଥିବାରୁ ଏଠିକାର ଛାତ୍ର ଛାତ୍ରୀ ଙ୍କ ଭାବିଶ୍ଵତ୍ ଅନ୍ଧାର ଆଡ଼କୁ ଗତି କରୁଛି l ଏଭଳି ସ୍ଥଳେ ଗତ ଏପ୍ରିଲ ମାସର କାଳ ବୈଶାଖୀ ବର୍ଷା ସମୟରେ ପ୍ରବଳ ବେଗରେ ପବନ ବହିବା ସହିତ ତୁହାକୁ ତୁହା ବର୍ଷା ହେବାରୁ ଉକ୍ତ ବିଦ୍ୟାଳୟର ଆଜବଷ୍ଟ ଉଡିଯାଇଥିଲା। ଫଳରେ ବର୍ତ୍ତମାନ ପାଇଁ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢିବାରେ ଅସୁବିଧା ହେଉଥିବା ବେଳେ “ଆମେ ଏମିତି ସ୍କୁଲ ବାରଣ୍ଡାରେ ବସି ପିଲାଙ୍କୁ ପାଠ ପଢ଼ାଉଛୁ ଏବଂ ବାକି ଖରା କିମ୍ବା ଅନ୍ୟାନ୍ୟ ସମୟ ଏମିତି ବିଦ୍ୟାଳୟ ପାଖ ତେନ୍ତୁଳି ଗଛ ତଳେ ପାଠ ପଢ଼ାଉଛୁ”ବୋଲି ପ୍ରଧାନ ଶିକ୍ଷକ ଆମ ଧରିତ୍ରୀ କୁ ସୂଚନା ଦେବା ସହ ଏନେଇ ଆମେ ଅନେକ ଥର ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକ, ଶିକ୍ଷକ ମିଶି ପୂର୍ବରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଦରଖାସ୍ତ ମାଧ୍ୟମରେ ଜଣାଇଥିଲୁ ହେଲେ ଆଯକୁ ୪ମାସ ହେବାକୁ ବସିଲାଣି ଏଥିପ୍ରତି କାହାରି ଦୃଷ୍ଟି ନାହିଁ l ଏଣୁ ଆମେ ପୁନର୍ବାର ସୋମବାର ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ପିଲାଙ୍କ ଭାବିଶ୍ୱତ ପାଇଁ ଲିଖିତ ଅନୁରୋଧ କରୁଛୁ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଳରାମ ମାଝୀ ଏବଂ ପ୍ରଧାନ ଶିକ୍ଷକ ରାମ ସିଂ ମାଝୀ ସୂଚନା ଦେଇଛନ୍ତି l ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବୀ ହେବା ସହ ଏଦିଗରେ ବ୍ଳକ ପ୍ରଶାସନ ଗୁରୁତ୍ୱ ଦେଇ ବିଦ୍ୟାଳୟ ମରାମତି କାର୍ଯ୍ଯ ଯଥା ସମ୍ଭବ ଆରମ୍ଭ କରାଯାଏ ତେବେ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି l ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ବିଭାଗୀୟ ଯନ୍ତ୍ରୀଙ୍କୁ ବିଦ୍ୟାଳୟ ଯାଇ ସ୍ଥିତି ଅନୁଧ୍ୟାନ କରି ମୋତେ ତଥ୍ୟ ଦେବାପାଇଁ ନିର୍ଦ୍ଦେଶ ଦେବୀ ଏବଂ ଆଗାମୀଦିନରେ କଣ ହୋଇପାରିବ ଆମେ ତା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି l ତେବେ ଦେଖିବାକୁ ବାକିରହିଲା ବିଡ଼ିଓ ଦୁର୍ଗମ ଅଞ୍ଚଳର କୋମଳବତି ପିଲାଙ୍କ ପାଇଁ କେତେ ଯତ୍ନବାନ ହେଉଛନ୍ତି ଏବଂ ଏମାନଙ୍କ ଦୁଃଖ ଶୁଣୁଛନ୍ତି l