ସାମ୍ନାକୁ ଆସିଲା ପହଲଗାମ ପର୍ଯ୍ୟଟକ ଆକ୍ରମଣ ପଛରେ ଥିବା ଆତଙ୍କବାଦୀର ପ୍ରଥମ ଫଟୋ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଆତଙ୍କବାଦୀ ହାତରେ ଏକ ଅସ୍ତ୍ର ଏବଂ ପଠାନୀ ଶୁଟ ପିନ୍ଧିଥିବା ଦେଖାଯାଉଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଫଟୋ ସହିତ ଜଡିତ ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଫଟୋଟି ଆକ୍ରମଣ ସମୟରେ ଉଠାଯାଇଥିବା କୁହାଯାଉଛି ଏବଂ ଏହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଜଣେ ଆତଙ୍କବାଦୀର। ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଏହି ବିରଳ ଓ ଦୁଃଖଦ ଆତଙ୍କବାଦୀ ଆକ୍ରମଣରେ ଅନ୍ତତ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ଏବଂ ଅନେକ ଆହତ ହୋଇଛନ୍ତି।

ଅଧିକାରୀମାନଙ୍କ ଅନୁସାରେ, ଏହି ଆକ୍ରମଣ ସୁନ୍ଦର ବୈସରନ ଉପତ୍ୟକାକୁ ଟ୍ରେକିଂ ପାଇଁ ଆସିଥିବା ଏକ ପର୍ଯ୍ୟଟକ ଦଳକୁ ଟାର୍ଗେଟ କରାଯାଇଥିଲା।ଅଜଣା ବନ୍ଧୁକଧାରୀମାନେ ଆତର୍କିତ ଭାବେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ, ଯାହା ଅଞ୍ଚଳରେ ଆତଙ୍କ ଓ ହଟଚଟ ସୃଷ୍ଟି କରିଥିଲା। ଆକ୍ରମଣକାରୀଙ୍କ ବିଷୟରେ ଏବଂ ସେମାନଙ୍କ ଉଦ୍ଦେଶ୍ୟ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ କର୍ତ୍ତୃପକ୍ଷ କାର୍ଯ୍ୟ କରୁଛନ୍ତି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସାଉଦି ଗସ୍ତ ଛାଡ଼ି ଭାରତ ଫେରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିମାନ ବନ୍ଦରରେ ସଦ୍ୟତମ ପରିସ୍ଥିତି ସମ୍ପର୍କରେ ଏକ ବୈଠକ କରିଛନ୍ତି। ଏଥିରେ NSA ଅଜିତ ଡୋଭାଲ ଉପସ୍ଥିତ ଥିଲେ।

Ad 13