ସ୍ଲିପର କୋଚ୍ ବସ୍ରେ ପାଣି ଟାଙ୍କି ଲାଗିବା ବାଧ୍ୟତାମୂଳକ !
ଏଣିକି ବସ୍ରେ ଲାଗିବ ପାଣି ଟାଙ୍କି । ଏହା ବାଧ୍ୟତା ମୂଳକ । ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଗତ କିଛିଦିନ ମଧ୍ୟରେ ରାଜ୍ୟରେ ବାରମ୍ବାର ସ୍ଲିପର କୋଚ ବସରେ ଆଗ୍ନିକଣ୍ଡ ଘଟି ଅନେକ କ୍ଷୟଖଟି ଘଟିବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ପ୍ରତି ସ୍ଲିପର କୋଚ ବସରେ ପାଣିଟାଙ୍କି ଓ ସ୍ପ୍ରିଙ୍କଲର ରଖିବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ । ଘରୋଇ ବସ ମାଲିକଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ଏହାସହ ସ୍ଲିପର ବସ ଗୁଡିକ ପାଇଁ ଜାରି ହୋଇଥିବା ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଯାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ବସରେ ଗୋଟିଏ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।