୨ମାସରୁ ଉର୍ଦ୍ଧ ଦିନ ଧରି ଏଟିଏମ ଅଚଳ ହେବା ଘଟଣା : ଖବର ପ୍ରକାଶ ପରେ ଏଟିଏମର ଲାଭ ଉଠାଇଛନ୍ତି ଗ୍ରାହକ l
ଥୁଆମୂଳ ରାମପୁର,୦୮/୦୩-(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲ୍ଲା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଥିବା ଗୋଟେ ମାତ୍ର ସାହା ଭରସା ସାଜିଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ଏଟିଏମ୍ ଗତ ୨ମାସ ରୁ ଉର୍ଦ୍ଧ ଧରି ଅଚଳ ହେବା ସହ ମାସ ମାସ ଧରି ଏଟିଏମ୍ କାଉଣ୍ଟରରେ ଶଟର୍ ପଡିଥିବା ଘଟଣାରେ ଗତ ୧ ତାରିଖ ଅର୍ଥାତ୍ ସପ୍ତାହ ତଳେ ଏ ସମ୍ପର୍କରେ ଦୈନିକ ଖବର କାଗଜ ଧରିତ୍ରୀ ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଉଚ୍ଚ ସ୍ତରୀୟ ଅଧିକାରୀ ତତ୍ପରତା ଦେଖାଇଛନ୍ତି l ଖରାପ କିମ୍ବା ଅଚଳ ହୋଇ ପଡ଼ି ରହିଥିବା ଏଟିଏମ କୁ ବର୍ତ୍ତମାନ୍ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଆଡ୍ଭାନ୍ସ ପ୍ରୋସେସ ରେ ପରିବର୍ତନ କରି ନୂତନ ଏଟିଏମ ମେସିନ୍ ଥୁଆମୂଳ ରାମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପକ୍ଷରୁ ବ୍ୟାଙ୍କ୍ ସମ୍ମୁଖରେ ଲଗାଯାଇଛି l ଏବଂ ଲୋକେ ଆଗଭଳି ଏଟିଏମ୍ ରୁ ଟଙ୍କା ଉଠାଣ ମଧ୍ୟ କରୁଛନ୍ତି l
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଥୁଆମୂଳ ରାମପୁର ବ୍ଲକ୍ ର ୨୪ ଗୋଟି ଗ୍ରାମପଞ୍ଚାୟତ ର ଜନସାଧାରଣ ଏହି ଏଟିଏମ ଉପରେ ନିର୍ଭରଶୀଳ ରହିଥିବାରୁ ଅନେକ ସମୟରେ ସଠିକ୍ ଭାବରେ ମେସିନ୍ ରେ ଟଙ୍କା ନରହିବା କିମ୍ବା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଆକାଉଣ୍ଟ୍ ଧାରି ହଇରାଣ ହେଉଥିଲେ l ବର୍ତ୍ତମାନ୍ ଏଟିଏମ୍ ଚାଲୁଥିବାରୁ ଅଞ୍ଚଳବାସୀ ଖୁସି ହେବା ସହ ବ୍ୟାଙ୍କ୍ ଶାଖା ପରିଚାଳକ ବା ବ୍ୟାଙ୍କ୍ କର୍ତୁପକ୍ଷ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଏବଂ ସବୁ ସମୟରେ ସଠିକ୍ ଭାବରେ ସେବା ଯୋଗାଇବା ପାଇଁ ବ୍ୟାଙ୍କ୍ ଶାଖା ପରିଚାଳକ ଙ୍କୁ ଅନୁରୋଧ କରିଛନ୍ତି l