୭୬ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହ-୨୦୨୫
ଥୁଆମୂଳ ରାମପୁର,୧/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲାରେ ପ୍ରତିବର୍ଷ ନଭେମ୍ବର ପହିଲାକୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଭାବରେ ପାଳନ କରି ଆସୁଥିବା ବେଳେ ଜିଲ୍ଲା ଗଠନ ଦିବସ କଳାହାଣ୍ଡିର ଅସ୍ମିତାର ପରିଚାୟକ ତେଣୁ ପ୍ରତି ବ୍ଲକ ସ୍ତରରେ ଏହି ଦିବସ ପାଳନ କରାଯାଉଛି, ଏଥିରେ କଳାହାଣ୍ଡି ଜିଲ୍ଲାର ସମସ୍ତ ସଂଗଠନ, ସାଂସ୍କୃତିକ ସଂଗଠନ ତଥା ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସାମିଲ ହୋଇ ନିଜ ନିଜ ସ୍ତରରେ ଉତ୍ସବ ଆୟୋଜନ କରୁଥିବା ବେଳେ ଶନିବାର କଳାହାଣ୍ଡି ଜିଲ୍ଲାର ବଣ ପାହାଡ ଘେରା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ଠାରେ ମଧ୍ୟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଓଡ଼ିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗରେ ପଞ୍ଚାୟତ ସମିତି ଥୁଆମୂଳ ରାମପୁର ପକ୍ଷରୁ ଆୟୋଜତ ଏହି ୭୬ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହ ୨୦୨୫ ଅବସରରେ ସମ୍ମାନିତ ଅତିଥି ରୂପେ ତହସିଲଦାର ନିରୋଜ୍ କୁମାର ଭତ୍ରା, ଏଇଇ ସାଲକୁ ହେମ୍ବ୍ରମ, ବିଜେପି ନେତା ବାଜ୍ରା ଭୋଇ, ବିପିନ ବିହାରୀ ନାଏକ, ବାମୁନୁ ନାଏକ ପ୍ରମୁଖ ଏହି ଦିବସ ଅବସରରେ ମଞ୍ଚଷିନ ହୋଇ ପୂର୍ବରୁ ଆୟୋଜିତ ବିଭିନ୍ନ ସ୍କୁଲ, କଲେଜର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ନୃତ୍ୟ ଏବଂ ଅନ୍ୟାନ୍ୟ ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମରରେ ସାମିଲ ହୋଇ ଛାତ୍ର ଛାତ୍ରୀ ତଥା ବ୍ଲକ ବାସୀଙ୍କୁ ଏହି ଜିଲ୍ଲା ଗଠନର ଗାରିମା ଉପରେ ଦୃଷ୍ଟି ଆକର୍ଷଣ କରି ଏହି କାର୍ଯ୍ୟ କ୍ରମରେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l

ବିଭିନ୍ନ ସଙ୍ଗଠନ ଓ ବ୍ଲକ ର ସମସ୍ତ ଛାତ୍ର ଛାତ୍ରୀ ତଥା ଜନ ସାଧାରଣ ଏହି ଦିବସରେ ଯୋଗଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଗଠନ ଦିବସକୁ ସମସ୍ତଙ୍କ ପ୍ରଚେଷ୍ଟାରେ ସଫଳ ରୂପାୟନ ହୋଇଥିବାରୁ ବିଡ଼ିଓ ଶ୍ରୀ ମୁଦୁଲି ବ୍ଲକ ବାସୀଙ୍କୁ ଶୁଭେଚ୍ଛା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମର ମଞ୍ଚକୁ ଜି.ପି.ଡି.ଓ ବାଲେଶ୍ଵର ନାୟକ ପରିଚାଳନା କରିଥିବା ବେଳେ ବି.ଏସ.ଏସ.ଓ ସୁନାରାମ ସ୍ୱରେନ୍, ଆର.ଏଚ୍, ବିପିସି ରାଜେନ୍ଦ୍ର ସିଂ ଦେବ, ପିଭୁ ରଞ୍ଜନ ସାହୁ, ପ୍ରଦୀପ ନାଏକ ପ୍ରମୁଖ ସହଯୋଗ କରିଥିଲେ l ସୂଚନା ଯୋଗ୍ୟ, କଳାହାଣ୍ଡି ଏକ ଗଡଜାତ ରାଜ୍ୟ ଥିଲା। କଳାହାଣ୍ଡି ଗଡଜାତର ଶେଷ ନାଗବଂଶୀ ମହାରାଜା ପ୍ରତାପ କେଶରୀ ଦେଓ ୧୯୪୭ ମସିହା ଡିସେମ୍ବର ୩୧ ତାରିଖ ରାତିରେ ଗଡଜାତ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କଲେ ଓ ୧୯୪୮ ଜାନୁୟରୀ ପହିଲାରେ କଳାହାଣ୍ଡି ଗଡଜାତ ସ୍ଵାଧୀନ ଭାରତ ଦେଶରେ ମିଶ୍ରଣ ହେଲା ଓ ଓଡ଼ିଶା ପ୍ରଦେଶର ଅଂଶ ବିଶେଷ ହେଲା। ସେତେବେଳେ କଳାହାଣ୍ଡି ଗଡଜାତ ବଲାଙ୍ଗୀର ପାଟଣା ଜିଲ୍ଲାର ଏକ ଅଂଶ ହେଲା। ୧୯୪୯ ମସିହା ନଭେମ୍ବର ପହିଲାରେ ପୂର୍ବତନ କଳାହାଣ୍ଡି ଗଡଜାତ ର ଭବାନୀପାଟଣା ଓ ଧର୍ମଗଡ ସବଡିଭିଜନ ଓ ସମ୍ବଲପୁର ଜିଲ୍ଲାରେ ମିଶିକି ଥିବା ନୂଆପଡ଼ା ସବଡିଭିଜନ କୁ ଆଣି ନୂତନ କଳାହାଣ୍ଡି ରାଜସ୍ବ ଜିଲ୍ଲା ଗଠନ ହେଲା। ତେଣୁ ପ୍ରତିବର୍ଷ ନଭେମ୍ବର
୧ତାରିଖ କୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଭାବରେ ପାଳନ କରାଯାଉଛି।