ଅବତାର-୨’ ଦେଖିବା ସମୟରେ ବ୍ୟକ୍ତିର ହୃଦଘାତରେ ମୃତ୍ୟୁ।
ଆନ୍ଧ୍ରପ୍ରଦେଶର କାକିନଡା ଜିଲାର ପେଡ୍ଡାପୁରମ ସହରରେ ଏକ ବ୍ୟକ୍ତିର ହୃଦଘାତରେ ମୃତ୍ୟୁ ଘଟିଛି।ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅବତାର-୨’ ଦେଖିବା ସମୟରେ ଏହିଭଳି ଘଟଣା ଘଟିଛି। ତାଙ୍କ ନାମ ହେଉଛି ଲକ୍ଷ୍ମୀରେଡ୍ଡୀ ଶ୍ରୀନୁ।
ସୂଚନାଯୋଗ୍ୟ, ଶ୍ରୀନୁ ‘ଅବତାର-୨’ ଦେଖିବା ପାଇଁ ତାଙ୍କ ସାନଭାଇ ରାଜୁଙ୍କ ସହ ପେଡ୍ଡାପୁରମର ଏକ ପ୍ରେକ୍ଷାଳୟକୁ ଯାଇଥିଲେ। ଫିଲ୍ମ ଦେଖିବା ମସୟରେ ହଠାତ୍ ଶ୍ରୀନୁ ତଳେ ଖସିପଡିଥିଲେ।
ତାଙ୍କ ସାନଭାଇ ରାଜୁ ତୁରନ୍ତ ତାଙ୍କୁ ପେଡ୍ଡାପୁରମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।