ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଏତଲା ।
ସୁନା ଦୋକାନରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗ । ଭୁବନେଶ୍ୱର ସହିଦ ଥାନାରେ ଏନେଇ ମାମଲା ରୁଜୁ ହୋଇଛି ।ଖବର ଅନୁଯାୟୀ, ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ କଲ୍ୟାଣୀ ନାୟକ ନାମକ ଜଣେ ମହିଳା ଥାନାରେ ଏତଲା ଦାୟର କରିଛନ୍ତି ।
ତାଙ୍କ ଏତଲା ଅନୁସାରେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁନା ଦୋକାନାରେ ଚାକିରୀ କରେଇଦେବା ନାଁରେ ଠକେଇ କରିଛନ୍ତି । ୩୦ ହଜାର ଟଙ୍କା ଠକେଇ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସହିଦ ନଗର ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।