ଆଇନଜୀବୀ ପୀତବାସ ପଣ୍ଡା ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ
ଆଇନଜୀବୀ ପୀତବାସ ପଣ୍ଡା ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ । ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ଭଳି ଶାନ୍ତିପୂର୍ଣ୍ଣ ରାଜ୍ୟରେ ହତ୍ୟାକୁ ବରଦାସ୍ତ କରାଯିବ ନାହିଁ । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଖୋଜି ବାହାର କରାଯିବ।
ସୂଚନାମୁତାବକ, ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପିତ୍ତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଦୁଇ ଦୁର୍ବୃତ୍ତ ହଠାତ ଆସିଲେ ବାଇକରେ କିଛି ବୁଝିବା ଆଗରୁ କିଛି ଆଲୋଚନା କରିବା ଆଗରୁ ତତକ୍ଷଣାତ ସେମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଯାହା ଗୋଟିଏ ଗୁଳି ପିତ୍ତବାସଙ୍କ ଛାତିକୁ ବାଜିଥିଲା । ଏବଂ ତାଙ୍କୁ ଯେତେବେଳେ ଏମକେସିଜି ହସ୍ପିଟାଲ ନିଆଯାଉଥିଲା ,ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ରାତିପ୍ରାୟ ୧୦ଟା ସମୟରେ ନିଜ ଘର ପାଖ ବୈକୁଣ୍ଠ ନଗର ମୁଖ୍ୟ ଗଳିରେ ସେ ଠିଆ ହୋଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଥିଲା ।