ଆଖିରେ ଦେଖିବାକୁ ମିଳୁଛି କରୋନାର XE ଭାରିଆଣ୍ଟର ପ୍ରଭାବ
ଭାରତର ଅଧିକାଂଶ ଲୋକଙ୍କଠାରେ ଆଣ୍ଟିବଡି ରହିଛି । ଏହି କାରଣରୁ XE ଭାରିଆଣ୍ଟର ପ୍ରଭାବ ଏତେ ଅଧିକ ନାହିଁ । କିନ୍ତୁ ଲୋକଙ୍କ ଅସାବଧାନତା ଯୋଗୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।
କରୋନା ଭାଇରସ୍ର ସାଧାରଣ ଲକ୍ଷଣରେ ଥଣ୍ଡା, ଜ୍ବର, କାଶ ଆଦି ରହିଛି । ମାତ୍ର କିଛି ଲକ୍ଷଣ ଏମିତି ବି ରହିଛି ଯାହା ଆପଣଙ୍କ ଆଖିରେ ଦେଖିବାକୁ ମିଳିଥାଏ । ଜରୁରୀ ନୁହେଁ ଯେ, କୋଭିଡ୍-୧୯ର ସବୁ ଲକ୍ଷଣ ସମସ୍ତଙ୍କ ଠାରେ ନଜର ଆସିବ । କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ସମସ୍ତ ଲକ୍ଷଣ ବିଷୟରେ ଜାଣିବା ଉଚିତ ।
ଆଙ୍ଗଲିୟା ରସ୍କିନ ୟୁନିଭରସିଟିର ବିଶେଷଜ୍ଞମାନେ କରୋନାକୁ ନେଇ ନିଜ ଅନୁସନ୍ଧାନରୁ ପାଇଲେ ଯେ, ଆଖିରେ ଯନ୍ତ୍ରଣା କରୋନାର ଗୋଟିଏ ଲକ୍ଷଣ ହୋଇପାରେ । ଏହାବ୍ୟତୀତ ଆଖି କୁଣ୍ଡେଇ ହେବା ଏବଂ ଆଖି ଶୁଷ୍କ ହେବା କରୋନାର ଲକ୍ଷଣ ହୋଇପାରେ । ବିଶେଷଜ୍ଞଙ୍କ ଅନୁସାରେ ଏହି ଲକ୍ଷଣଗୁଡିକୁ ଅଣଦେଖା କରିବା ଉଚିତ ନୁହେଁ ।
କରୋନାର ସାଧାରଣ ଲକ୍ଷଣଗୁଡିକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁସାରେ ଅଖିର ରଙ୍ଗ ଲାଲ୍ ଏବଂ ଗୋଲାପୀ ହେବା କରୋନାର ଏକ ସମ୍ଭାବ୍ୟ ଲକ୍ଷଣ ହୋଇପାରେ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଲୁହରେ କରୋନାର ଆରଏନଏ ଭାଇରସ୍ ଦେଖିବାକୁ ମିଳିଛି । ଆଖିରେ ଯନ୍ତ୍ରଣା ସହ ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ସାବଧାନ ହୋଇଯାଆନ୍ତୁ ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁସାରେ କାଶ, ଥକ୍କାପଣ, ଦୁର୍ବଳତା ଏବଂ ନାକରୁ ପାଣି ବୋହିବା କରୋନା ଭାଇରସ୍ର ୪ଟି ସାଧାରଣ ଲକ୍ଷଣ ଅଟେ । ଥଣ୍ଡାଜ୍ବର, ଥକ୍କାପଣ, ଗଳା ଦରଜ, ଶରୀର ଦରଜ, ରାତିରେ ଝାଳ ବୋହିବା କରୋନା ସଂକ୍ରମଣର ସଙ୍କେଟ ହୋଇପାରେ ।