ଆଜିଠୁ ବଡ଼ ପରଦାରେ ଦେଖିବେ ହଲିଉଡ ଫିଲ୍ମ ଅବତାର ।

ଜେମ୍ସ କ୍ୟାମେରନଙ୍କ ନିର୍ଦ୍ଦେଶିତ ହଲିଉଡ ଫିଲ୍ମ ଅବତାର ସାରା ବିଶ୍ବରେ ଚହଳ ସୃଷ୍ଟି କରିବାକୁ ଯାଉଛି । ୨୦୦୯ରେ ପ୍ରଥମ ଫିଲ୍ମଠି ରିଲିଜ ହୋଇଥିବା ବେଳେ ଏହା ବିଶ୍ବରେ ସର୍ବାଧିକ ରୋଜଗାର କରିଥିବା ଫିଲ୍ମ ପାଲଟିଥିଲା ।

ଆଜି ଯାଏ ବି ଏହି ଫିଲ୍ମର ଚାହିଦା ରହିଛି । ଏହାରି ଭିତରେ ଆଜି ଅବତାରର ସିକୁଏଲ ରିଲିଜ ହେବ ।

ଅବତାର ଦ ୱେ ଅଫ ୱାଟରର ଟ୍ରେଲର ଲୋକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଫିଲ୍ମ ମଧ୍ୟ ଦର୍ଶକକୁ ପସନ୍ଦ ଆସିବ । ଫିଲ୍ମରେ ପାଣ୍ଡୋରା ଗ୍ରହରେ ଥିବା ଲୋକଙ୍କୁ ନେଇ ପ୍ରଥମ ଅଧ୍ୟାୟ ଫିଲ୍ମ ତିଆରି ହୋଇଥିଲା ।