ଆଜି ଉଦଘାଟିତ ହେଲା ସୁଭଦ୍ରା କଲ ସେଣ୍ଟର ।
OCAC ଠାରେ ସୁଭଦ୍ରା କଲ ସେଣ୍ଟର ଉଦଘାଟିତ ହୋଇଛି ।ଯାହା ଫଳରେ ସୁଭଦ୍ରା ବିଷୟରେ ଥିବା ସନ୍ଦେହ ଦୂର କରିପାରିବେ ଲୋକେ । ତେବେ ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସେପ୍ଟେମ୍ୱର ୧୭ ପରେ ମିଳିବ ସୁଭଦ୍ରା ଟଙ୍କା । ଫର୍ମ ଦାଖଲ କୌଣସି ଶେଷ ତାରିଖ ନାହିଁ । ଆବେଦନ କରିବାକୁ କମନ ସର୍ଭିସ ସେଣ୍ଟରକୁ ଆସୁଥିବା ଆବେଦନକାରୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।
ଏପରିକି ଅପହଂଚ ଇଲାକାରେ ବି ପହଂଚିବ କମନ ସର୍ଭିସ ସେଣ୍ଟର । ରାଜ୍ୟରେ ଯେଉଁ ସ୍ଥାନରେ ସିଏସସି ସେଣ୍ଟର ନାହିଁ ସେସବୁ ସ୍ଥାନରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ବତନ୍ତ୍ର ସୁଭଦ୍ରା ଆପ୍ଲାଏ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି। ୧୪୬୭୮ ଟ୍ରୋଲ୍ ଫ୍ରି ନମ୍ୱରରେ କଲ୍ କରି ମହିଳାମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ ।ଯିଏ ଟଙ୍କା ଦାବି କରୁଛି, ସେନେଇ ଅଭିଯୋଗ କରନ୍ତୁ । ସୁଭଦ୍ରା କଲ ସେଣ୍ଟରକୁ କଲ କରି ଜଣାନ୍ତୁ । ସୁଭଦ୍ରା କଲ ସେଣ୍ଟର ନମ୍ବର ୧୪୬୭୮ ।