ଆଜି ଥୁଆମୂଳ ରାମପୁର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଖଣ୍ଡାବସା ପର୍ବ ।
ଥୁଆମୂଳ ରାମପୁର : ୨୧/୦୯ – (ଦୁର୍ଗା କୀର୍ତ୍ତି ):- ଉତ୍ସବ ମୁଖରିତ ହୋଇପଡିଛି ଥୁଆମୂଳ ରାମପୁର l ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ମାଁ ଦଶଭୁଜା ମହାମାଇ ମାଁ ମାଣିକେଶ୍ବରୀ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ବହୁ ପୁରାତନ ତନ୍ତ୍ର ମନ୍ତ୍ର ର ଶକ୍ତି ପୀଠ ଭାବରେ ପରିଚିତ ମାଁ ମାଣିକେଶ୍ବରୀ ଦେବୀଙ୍କ ମୂଳ ପୀଠରେ ଭାଦ୍ରବ ମାସ ପ୍ରତିପଦ ତିଥି ସୋମବାର ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଖଣ୍ଡାବସା ଉତ୍ସବ l ଆଜି ସକାଳ ୧୧.ଟା ସମୟରେ ମାଙ୍କ ଅଳଙ୍କାର ଦେବାତ୍ର ବିଭାଗ ପକ୍ଷରୁ ମନ୍ଦିରରେ ପହଞ୍ଚାଇବା ପରେ ଅପରାହ୍ନ ୪ଟା ବେଳେ ମାଁଙ୍କ ମସ୍ତକ ପାଇଁ ମାଟି ଆନଜିବ l ଏବଂ ଅପରାହ୍ନ ୫ଟା ରେ ନିକଟସ୍ଥ ବାଲି ଘାଟରେ ପାଟ ଖଣ୍ଡା ମାର୍ଜନା ପାଇଁ ଜାଇ ଫେରି ସନ୍ଧ୍ୟା ୭ଟା ସମୟରେ ଅଳଙ୍କାର ଧାରଣ ହେବ l ପରେ ପରେ ସନ୍ଧ୍ୟା ୮.୩୦ ସମୟରେ ମାଁ ଙ୍କ ମସ୍ତକ ସ୍ଥାପନ କରାଯିବାର ବିଧି ରହିଛି l ଏବଂ ରାତ୍ର ୧୦ଟା ବେଳେ ଖଣ୍ଡା ବସା କାର୍ଯ୍ୟକ୍ରମ ହେବା ସମେତ ବିଧିବିଧାନ ସହ ପୂଜା ଆରମ୍ଭ ହେବ l

ଲଗ୍ନନିର୍ଘଣ୍ଟ ଅନୁସାରେ ସନ୍ଧ୍ୟା ପ୍ରାୟ ୫.୩୦ମି ସମୟରେ ମାଁ ମାଣିକେଶ୍ବରୀ କାଲିସୀ ଶରତ ଚନ୍ଦ୍ର ପୁଝାରୀ ମନ୍ଦିରରୁ ପାଟ ଖଣ୍ଡା ବାହାର କରି ବାହୁକ, ମୁଣ୍ଡଛିନା ଙ୍କୁ ଦିଅନ୍ତି ସେମାନେ ନିକଟସ୍ଥ ବାଲିଘାଟ କୁ ଯାଇ ଖଣ୍ଡା ମାର୍ଜନା କରିବା ସହିତ ପୂଜାର୍ଚ୍ଚନା ଶେଷକରି ପୁଣି ଥରେ ଖଣ୍ଡା ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବା ପରେ ମନ୍ଦିର ପୂଜକଙ୍କ ଦ୍ୱାରା ଖଣ୍ଡାକୁ ଚାଉଳରେ ବସାଇ ପୂଜା କରାଯାଇ ମଧ୍ୟ ରାତ୍ରରେ ବାବା ଖନ୍ଦୁଆଳ ଙ୍କ ପୀଠରେ ପୂଜାର୍ଚ୍ଚନାରେ ମହା ପଶୁ ବଳୀ ଦିଆଯିବା ପ୍ରଥା କାହିଁ କାଳରୁ ରହିଆସିଛି। ଥୁଆମୂଳ ରାମପୁର ଅଂଚଳ ବାସୀ ମାଁ ମାଣିକେଶ୍ବରୀ ଓ ବାବା ଭୈରବ ଦେବଙ୍କ ଠାରୁ କରୁଣା ଲାଭ କରିଥାନ୍ତି ମାଁଙ୍କ ଆଶୀର୍ବାଦ ଲାଭକରି ଥୁଆମୂଳ ରାମପୁର ବାସୀ ବେଶ୍ ଖୁସି ଅନୁଭବ କରିଥାନ୍ତି। ଆଶ୍ବିନ ମାସ ପ୍ରତିପତା କୃଷ୍ଣ ପକ୍ଷ ଦିନରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଆୟୋଜିତ ହୋଇଥାଏ ମାଁଙ୍କ ଏହି ସହୋଳ ପୂଜା। ଖଣ୍ତାବସା ରୀତିନୀତି ଅନୁସାରେ ସମ୍ପୂର୍ଣ୍ଣ ହୋଇଥାଏ l ଏହି ସମୟରେ ଶତାଧିକ ଭକ୍ତଙ୍କ ଭିଡ ମନ୍ଦିରରେ ଦେଖିବାକୁ ମିଳିଥାଏ l ମାନସିକ ଧାରୀ ଯିଏ ଯାହା ମାନସିକ କରିଥାଏ ସେନେଇ ମାଁ ଙ୍କ ପାଖରେ ଶରଣ ନେଇ ଜଣାଇଥାନ୍ତି ଓ ତାଙ୍କର ମନସ୍କାମନା ମଧ୍ୟ ପୂରାଣ ହୋଇଥାଏ ବୋଲି ଅନେକ କାଳରୁ ବିଶ୍ଵାସ ରହିଅଛି । ତେବେ ୮ଦିନ ଧରି ଏହି ମନ୍ଦିରରେ ତନ୍ତ୍ର ମନ୍ତ୍ର ବିଧି ଅନୁସାରେ ଗୁପ୍ତ ପୂଜା ହୋଇଥିବା ବେଳେ ଅଷ୍ଟମୀ ରାତିରେ ମହାପଶୁ ବଳୀ ପଡିଲା ପରେ ନୀଶି ପୂଜା ପାଇଁ ମନ୍ଦିର ସେବାୟତ ନିକଟସ୍ଥ ବାବା ଖଣ୍ଡୁଆଳ ମନ୍ଦିର ପାଖକୁ ଯାନ୍ତି । ପରବର୍ତ୍ତୀ ଦିନ ଭୋର ସକାଳୁ ଆରମ୍ଭ ହୋଇଥାଏ ଛତର ଯାତ୍ରା ବା ଜେନା ମରା ବିଧି l କଳାହାଣ୍ଡି ଥୁଆମୂଳ ଗ୍ରାମ ଠାରେ ମାଁଙ୍କ ଉତ୍ପତି ହୋଇଥିବା ବେଳେ ଏହି ପୀଠରେ ମାଁଙ୍କ ଛିନ୍ନ ମସ୍ତକ ରହିଛି, ଯିଏକି ମାଁ ମାଣିକେଶ୍ବରୀ (ମୁଖ୍ୟ ପୀଠ) ସେହିଭଳି କାଶୀପୁର ରେ ମାଙ୍କ ମସ୍ତକ ଓ ଭବାନୀପାଟଣା ରେ ମାଁଙ୍କ ଛତର ଭାବେ ପୂଜାପାଉଛନ୍ତି l ମାଙ୍କ ପୂଜାବିଧି ପାଇଁ ପ୍ରତିବର୍ଷ ଦେବତ୍ତ୍ଵ ବିଭାଗ ପକ୍ଷରୁ ମନ୍ଦିର ପୂଜା ବିଧିପାଇଁ ସ୍ବତନ୍ତ୍ର ପାଣ୍ଠିରୁ ଆର୍ଥିକ ସାହାଯ୍ୟ କରିଥାନ୍ତି ଓ ଗ୍ରାମବାସୀ ମଧ୍ୟ ସୁନ୍ଦର ଭାବରେ ଯାତ୍ରା କରିବାପାଇଁ ସାହାଯ୍ୟ କରିଥାନ୍ତି l ସନ୍ଧ୍ୟା ସମୟରେ ଭକ୍ତଙ୍କ ମନୋରଞ୍ଜନ ସକାଶେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ମାଁଙ୍କ ପାଖରେ ୪୫ ତୋଳା ସୁନା, ୪୦ ରୁ ୫୦ ତୋଳା ରୂପା ଅଳଙ୍କାର ଲାଗେ। ଏ ବର୍ଷ ଯେହେତୁ ମାଁ ଙ୍କ ଭବ୍ଯ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ସରିବା ମୁହୂର୍ତ୍ତକୁ ଆସିଲାଣି ତେଣୁ ମାଁ ଙ୍କ ପୂର୍ବ କାଳରୁ ଯେଉଁ ସବୁ ଦେଵତ୍ର ବିଭାଗ ପାଖରେ ଯାହା ଅଳଙ୍କାର ରହିଛି ତାହା ସମ୍ପୂର୍ଣ୍ଣ ଭାବରେ ଆସିବ କି ନାହିଁ ତାହାକୁ ନେଇ ସନ୍ଦେହରେ ଅଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ।