ଆଜି ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ

ଆଜି ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ବରେ ଚର୍ଚ୍ଚରେ ଚାଲିଛି ସମୂହ ପ୍ରାର୍ଥନା। ସବୁଠି ସଜେଇ ହୋଇଛି ଚର୍ଚ୍ଚ। ବଡ଼ ଦିନ ପାଳନ କରିବାକୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି। ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । କ୍ୟାରୋଲ ସଙ୍ଗ ଗାଇବା ପରେ ଯୀଶୁଙ୍କ ଜୀବନ କଥା ଶୁଣିଥିଲେ ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । ବଡ଼ ଦିନ ପାଇଁ ଚର୍ଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯୀଶୁ ବା ଯୀଶୁ ଖୀଷ୍ଟ ବା ଯୀଶୁ ମସୀହ ହେଉଛ‌ନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର | ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। କାରଣ ସେ ହିଁ ଈଶ୍ୱରଙ୍କ ଅଦ୍ୱିତୀୟ ପୂତ୍ର ଅଟନ୍ତି । ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନୋଷ୍ଟ ନୋ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ।ଯୀୀଶୁ କହିଲେ ,ମୁଁ ପଥ, ସତ୍ୟ ଓ ଜୀବନ ;ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇ ପାରେ ନାହିଁ।ଅଧିକାଂଶ ପଣ୍ଡିତ ସ‌ହ‌ମତ ହୁଅନ୍ତି ଯେ ଯୀଶୁଙ୍କ ଯନ୍ମ ପ୍ରାୟ ପ୍ରଥମ ଶତାବ୍ଦୀର ଆରମ୍ଭରେ ଏବଂ ମୃତ୍ୟୁ ୩୦ରୁ ୩୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ହୋଇଥିଲା