ଆଜି ବାହାରିବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ଆସନ୍ତାକାଲି (ଶୁକ୍ରବାର) ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଆଜି ଅପରାହ୍ଣ ୪ଟା ୩୦ରେ ପରୀକ୍ଷା ଫଳ ପରିଷଦ କାର୍ଯ୍ୟାଳୟରେ ଘୋଷଣା କରାଯିବ। ପରୀକ୍ଷାର୍ଥୀ www.results.odisha.gov.in ଲଗଇନ୍ କରି ଅପରାହ୍ଣ ୫ଟାରୁ ଫଳ ଦେଖିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଗତ ଜୁନ୍ 25 ଏବଂ 26 ତାରିଖରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ହୋଇଥିଲା ।