ଆଜି ମଙ୍ଗଳବାର ଦିନ। କଣ ରହିଛି ଆଜିର ରାଶିଫଳ ?
ମେଷ:ଆଜି ଆପଣଙ୍କୁ ଖୁବ୍ ମାନ, ଯଶ ମିଳିବ । ଆଜି ଆପଣ ଯେଉଁ ସ୍ଥିତିରେ ଅଛନ୍ତି, ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଭଲ ସଂମ୍ପ୍ରେଷଣ କଳା ଯୋଗୁଁ ସମ୍ଭବ ।
ବୃଷ:ଆଜି ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ ଖୁବ୍ ପ୍ରଶଂସା କରିବେ । ଆପଣ ସହକର୍ମୀମାନେ ମଧ୍ୟ ଆପଣଙ୍କ ପ୍ରଶଂସା ଗାଇବେ । ଆପଣ ଜଣେ ବନ୍ଧୁମାନ ବ୍ୟକ୍ତି । ଯଦି ଆପଣଙ୍କୁ ବନ୍ଧୁମାନେ ଉପଦେଶ ମାଗନ୍ତି ,ତେବେ ଆପଣ ତାଙ୍କୁ ନିରାଶ କରନ୍ତୁ ନାହିଁ ।
ମିଥୁନ:ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।
କର୍କଟ:ଆଜି କିଛି ନୂଆ ଦାୟୀତ୍ତ୍ୱ ଆପଣ ନେଇ ପାରନ୍ତି ,ଯାହାକି ଆପଣଙ୍କୁ ପୁରସ୍କାର ଆଣିଦେଇପାରେ ଆପଣ ନିଜର ମାନ,ଯଶର ପୁରା ମଜ୍ଜା ନେଇ ପାରନ୍ତି,ମାତ୍ର ମନେ ରଖନ୍ତୁ ଯେ କୌଣସି ପ୍ରକାରରେ ମଧ୍ୟ ନିଜର ପ୍ରତିଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।
ସିଂହ:ସଂଦ୍ଧ୍ୟାରେ ଆପଣଙ୍କର କୌଣସି ମାନସିକ ସମାରୋହକୁ ଯିବାର ସଙ୍କେତ ଅଛି । ଆପଣ କାହାରି ଭୋଜିରେ ମଧ୍ୟ ଯାଇ ପାରନ୍ତି କିମ୍ବା ବନ୍ଧୁଙ୍କ ଘରେ ହେଉଥିବା ସମାରୋହରେ ଭାଗନେଇ ପାରନ୍ତି । ଯାହା ବି ହେଉନା କାହିଁକି ଆଜି ଦିନ ଖୁବ୍ ଭଲ ।
କନ୍ୟା:ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ତୁଳା:ଆଜି ପୂରା ଦିନ ଆପଣ ଖୁସି ମଜ୍ଜାରେ ମଜ୍ଜି ରହିବେ । ଆଜି ନିଜର ପରିବାର ଓ ବନ୍ଧୁମାନଙ୍କ ସହିତ କିଛି ସମୟ କାଟନ୍ତୁ । ଏଥିଯୋଗୁଁ ଆପଣ ନିଜେ ଖୁସି ହେବା ସହିତ ନିଜ ପରିବାରବର୍ଗଙ୍କୁ ମଧ୍ୟ ଖୁସି ମିଳିବ, ଏହି ଦିନ ଗୁଡ଼ିକରେ ଆପଣଙ୍କ ଜୀବନ ସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ଅଟେ ।
ବିଛା:ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ଧନୁ:ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ ।
ମକର:ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଗିତ ବଜାନ୍ତୁ ଓ ବନ୍ଧୁମାନଙ୍କ ସହ ଖୁସି ମଜ୍ଜା କରନ୍ତୁ ।
କୁମ୍ଭ:ଆଜି ଆପଣ ଆରାମ କରନ୍ତୁ । ନିଜ ଚ଼ତୁଃପାର୍ଶ୍ୱର ଲୋକମାନଙ୍କ ସହିତ ମଜ୍ଜା କରନ୍ତୁ । ଏହି ସମ୍ପର୍କ ସବୁରୁ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ହେବ । ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି ।
ମୀନ:ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚ଼ିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ ।