ଆଦର୍ଶ ଗ୍ରାମପଞ୍ଚାୟତରେ ମୋବାଇଲ ଟାୱାର ସତସପାନ,୮ ରୁ ୧୦ ଟି ଗାଁ ଆଜି ପର୍ଯ୍ୟନ୍ତ ମୋବାଇଲ ଟାୱାର ପାଇବାରୁ ବଞ୍ଚିତ l

ମୋ ସେବାକେନ୍ଦ୍ର, ଜନ ସେବାକେନ୍ଦ୍ର, ଡାକଘର, ମୋ ବ୍ୟାଙ୍କ୍ ରୁ ଲୋକେ ପାଇପାରୁ ନାହାନ୍ତି ସୁବିଧା l

ଥୁଆମୂଳ ରାମପୁର, ୧୦/୧୨-(ଦୁର୍ଗା କୀର୍ତ୍ତି):- ଡିଜିଟାଲ ଇଣ୍ଡିଆରେ ଆଜିର ବିକଳ ଚିତ୍ର । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଅଞ୍ଚଳରେ ମୋବାଇଲ ଟାୱାର ନାହିଁ। ଫଳରେ କିଏ ଗଛ ଚଢୁଛି ତୋ କିଏ ପାହାଡ଼ ଉପରେ ଚଢୁଛି ନେଟୱର୍କ ଖୋଜୁଛନ୍ତି, କେବଳ ଟିକିଏ ନେଟୱାର୍କ ସଂଙ୍କେତ ପାଇଗଲେ କଥା ହେବେ। ଏଭଳି ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଅଧ୍ୟୁଷିତ ବନ ପାହାଡ଼ ଘେରା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ। ବିଶେଷ କରି ଅସୁବିଧା ଭୋଗୁଛନ୍ତି ସିନ୍ଧିପଦର ଗ୍ରାମପଞ୍ଚାୟତର ନିଚେମାସ୍କା, ଅଲୁଆଗୁଡ଼ା, କନ୍ଦାଝାପୀ, ପଲ୍ସାପଡ଼ା, ସମାପଲା, କାଞ୍ଜିଗୁଡ଼ା, କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଭଳି ୮ ରୁ ଉର୍ଦ୍ଧ୍ବ ଗାଁରେ ଏହି ସମସ୍ୟା ଦେଖାଦେଇଛି । ଏହି ଗାଁ ମାନଙ୍କରେ ପାଖାପାଖି ଏକ ହଜାର ରୁ ୧୮ ଶହ ହେବ ଲୋକେ ମୋବାଇଲ ବ୍ୟବହାର କରୁଥିବା ବେଳେ ମୋବାଇଲ ଟାୱାର ସେବା ନାହିଁ l ଥୁଆମୂଳ ରାମପୁର ବ୍ଲକ୍ ର ଏହି ସବୁ ଗାଁ ଚାରିପାଖେ ଘେରି ରହିଛି ପହାଡ ପର୍ବତ ଘେରାରେ ଅଞ୍ଚଳରେ ମୋବାଇଲ ଟାୱାର ସୁବିଧା ନଥିବା ଯୋଗୁଁ ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ଟାଓ୍ବାର ସେବା ନଥିବାରୁ ଡାକ ଘର କାମ, ମୋ ବ୍ୟାଙ୍କ୍ କିମ୍ବା ଜନ ସେବା କେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଠଫ ହୋଇଯାଇଛି। ଯାହାଫଳରେ ଲୋକାଭିମୁଖ ସୁଭଦ୍ରା ଯୋଜନାରେ ଆବେଦନ କରିବାରୁ ଅନେକ ଲୋକ ବଞ୍ଚିତ ଅଛନ୍ତି । ଆଜିର ଦିନରେ ମୋବାଇଲ ଏକ ଅତ୍ୟାବଶ୍ୟକତା ସାମଗ୍ରୀରେ ଭାବରେ ପରିଣତ ହୋଇଯାଇଛି। ମୋବାଇଲ ଟାୱାର ନ ଥିବାଯୋଗୁଁ ଏହି ଅଞ୍ଚଳର ଲୋକ ମାନେ ସରକାରୀ ବିଭିନ୍ନ ଯୋଜନା ବିଷୟରେ ଜାଣିବାରୁ ବଞ୍ଚିତ ହେଉଛନ୍ତି l ଏହାବ୍ୟତୀତ ନେଟୱାର୍କ ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଇଣ୍ଟରନେଟରୁ ଜ୍ଞାନ ଅର୍ଜନ କରି ପାରୁଛନ୍ତି ନା ଆପତକାଳୀନ ସେବା ପାଇଁ ଲୋକଙ୍କ ସହିତ ଫୋନ ଯୋଗାଯୋଗ କରି ପାରୁଛନ୍ତି।

ଏଭଳି କି ହାତରେ ମୋବାଇଲ ଧରି ଲୋକେ ପାହାଡ଼ କିମ୍ବା ଗଛ ଉପରେ ଚଢିଲେ ଯାଇ ସଂପର୍କୀୟମାନଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ଏହାଛଡା ଉଚ୍ଚ ସ୍ଥାନରେ ବସିଲେ ପିଲାମାନେ ୟୁ ଟ୍ୟୁବ କି ଅନ୍ୟ କୌଣସି ସାଇଟ ଖୋଲି ଜ୍ଞାନ ଆହରଣ କରି ପାରୁଛନ୍ତି । ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ସର୍ବତ୍ର ୫ ଜି ମୋବାଇଲ ସେବା ଯୋଗାଇ ଦେଇଥିବା କଥା କହୁଛନ୍ତି । ହେଲେ ତାହା ଏହି ଦୁର୍ଗମ ଅଞ୍ଚଳରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି ଏବେ ବି ଏମିତି ଗାଁ ଦେଖିଲେ ଆଶ୍ଚର୍ୟ୍ୟ ଲାଗେ ଯେଉଁଠି ଟିକେ କଥା ହେବା ପାଇଁ ପାହାଡ଼ ଛାଡଛନ୍ତି l ଏହି ସବୁ ଗାଁରେ ପ୍ରାୟ ୨୫୦୦ ରୁ ୩୦୦୦ ହଜାର ଲୋକ ବାସବାସ କରିଆସୁଛନ୍ତି। ହେଲେ ମୋବାଇଲ ନେଟୱାର୍କ ନଥିବାଯୋଗୁଁ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ ପ୍ରକାଶ କରିଛନ୍ତି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକି ପାରୁ ନାହାନ୍ତି କି ନିଆଁ ଲାଗିଲେ ଦମକଳ କେନ୍ଦ୍ରକୁ ଫୋନ ମଧ୍ୟ କରି ପାରୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଡବଲ ଇଞ୍ଜିନ ସରକାର ତୂରନ୍ତ ସିନ୍ଧିପଦର ଅଞ୍ଚଳରେ ମୋବାଇଲ ଟାଓ୍ବାର ସ୍ଥାପନର ବ୍ଯବସ୍ଥା କରନ୍ତୁ ବୋଲି ସିନ୍ଧିପଦର୍ ସରପଞ୍ଚ ଗୀତାଞ୍ଜଳି ମାଝୀ ଦାବି କରିବା ସହ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡୁଛି। ତେବେ ଡବଲ ଇଞ୍ଜିନ୍ ସରକାର ନିଶ୍ଚୟ ଭାବରେ ଏହାର ସମାଧାନ ଦିଗରେ ଆଗେଇ ଆସିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।