ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ I
ଥୁଆମୂଳ ରାମପୁର,୧୮/୦୯-(ଦୁର୍ଗା କୀର୍ତ୍ତି):- ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଶଭାଗୃହ ଠାରେ ଗୁରୁବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ତତ୍ବାବଧାନରେ ଧର୍ମ ଆବା ଜନ ଭଗୀଧାରୀ ଅଭିୟାନଙ୍କ ଅଧିନରେ ଆଦି କର୍ମଯୋଗୀ ଅଭିଯାନ ପ୍ରକ୍ରିୟାଶୀଳ ଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦ୍ଯୁନ୍ଯ କୁମାର ଦାସ, ପ୍ରଦାନ ସଂସ୍ଥାର ଜିଲ୍ଲା ସଂଯୋଜକ ବ୍ରଜକିଶୋର ଦାସ, ଏଇଇ ସାଲୋକ ହେମ୍ବ୍ର, ଅତିରିକ୍ତ ବ୍ଳକ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିକାରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଥୁଆମୂଳ ରାମପୁର ବ୍ଳକର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସମେତ୍ କର୍ତ୍ତବ୍ୟ ଅନୁଷ୍ଠାନର ସନ୍ତୋଷ କୁମାର ଦାସ, ବ୍ଯତିତ ଆହୁରି ଅନ୍ଯାୟ କର୍ମଚାରୀ ତଥା ସମସ୍ତ ଜେଇ, ସମସ୍ତ ସରପଞ୍ଚ, ଗ୍ରାମ ପଞ୍ଚାୟତ ପିଇଓ ସମସ୍ତ ସମିତି ସଭ୍ୟ ସମିତି ସଭ୍ଯା, ଜିଆରଏସ, ଏଡିଓ, ସମ୍ମନିତ ମହିଳା ଓ ଶିଶୁ ବିକାଶ ଯୋଜନା ଅଧିକାରୀଣି ମଧୂମାଳା ବାଗ, ବିଜେପି ନେତା ବିପିନ ବିହାରୀ ନାଏକ ଙ୍କ ସମେତ ଅନ୍ଯାନ୍ଯ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମୁଦୁଲି ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ ମାନଙ୍କୁ ଦୁର୍ଗମ ଅଞ୍ଚଳର ଉନ୍ନୟନ ମୁଳକ କାର୍ଯ୍ୟ କରିବାକୁ ହେଲେ ସମସ୍ତଙ୍କର ସହଯୋଗ ନିହାତି ଭାବରେ ସହଯୋଗ ରହିବା ନେଇ ଏହା ଉପରେ ବିଭିନ୍ନ ଉଦାହରଣ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇବା ସହିତ ସମସ୍ତେ ଏକତ୍ରିତ ଭାବରେ ମିଳିମିଶି ଯେକୌଣସି ସରକାରୀ ଯୋଜନାକୁ ସୁଫଳ ରୂପାୟନ କରି ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଯାହା ଫଳରେ ଆଦି କର୍ମଯୋଗୀ ଅଭିଯାନ ପ୍ରକ୍ରିୟାଶୀଳ ଶାସନ କାର୍ଯ୍ଯକ୍ରମକୁ ସଫଳ କରିବାରେ ଆମ୍ଭେ ମାନେ ସହାୟକ ହୋଇପାରିବା, ସେହିଭଳି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଦାସ ମଧ୍ୟ ଥୁଆମୂଳ ରାମପୁର ବ୍ଳକକୁ ସୁନ୍ଦର ଭାବରେ ଗଢିତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରି ସମସ୍ତେ ଏକତ୍ରିତ ଭାବରେ ସୁରୁଖୁରୁ ଭାବରେ ସମ୍ପାଦନା କରିବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ପ୍ରଦାନ ସଂସ୍ଥାର ଜିଲ୍ଲା ସଂଯୋଜକ ମଧ୍ୟ ତାଙ୍କ ବକ୍ତବ୍ଯରେ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଡବ୍ଲ୍ୟୁଇଓ ଶୁଭଜିତ ରଞ୍ଜନ ସ୍ବାଇଁ ପରିଚାଳନା କରିଥିବା ବେଳେ ବ୍ଳକ ଯୋଗାଣ ଅଧିକାରୀ ବିଭୂରଞ୍ଜନ ସାହୁ, ଅତିରିକ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ତ୍ରିଲୋଚନ ନାଏକ, ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ୍ ସହଯୋଗ କରିଥିଲେ।