ଆଧ୍ୟାତ୍ମିକ ଚେତନା ହିଁ ମଣିଷ ପାଇଁ ଶ୍ରେଷ୍ଠ ପଥ ପ୍ରଦର୍ଶକ :
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଙ୍କ ଦ୍ଵାରା ଆଧ୍ୟାତ୍ମିକ ପ୍ରବଚନ l
ଥୁଆମୂଳ ରାମପୁର,୨୭/୧୧-(ଦୁର୍ଗା କୀର୍ତ୍ତି): ଆଜିକାଲି ଅଧିକାଂଶ ଯୁବପିଢି ମାନଙ୍କ ଜୀବନ ଶୈଳୀରେ ବହୁ ପରିବର୍ତ୍ତନ ହେବାରେ ଲାଗିଛି l କୁହାଯାଏ ଯେ, ଛାତ୍ରଛାତ୍ରୀ ସମୟରେ ଯଦି ଠିକ୍ ଭାବରେ ନିଜକୁ ମନୁଷ୍ୟ ଭାବରେ ଗଢିବା ତୋ ତେବେ ଯାଇ ଭବିଷ୍ୟତ ଉଜ୍ଜ୍ୱଳ ମୟ ହୋଇପାରିବ, ଏନେଇ ଅଧିକାଂଶ ବାପାମାଁ ବିଦ୍ୟାଳୟରେ ନିଜ ପୁଅଝିଅଙ୍କୁ ଶିକ୍ଷା ଲାଭ ପାଇଁ ପଠାଇବା ପାଇଁ ଚେଷ୍ଟିତ ରହିଥିବା ବେଳେ ଆଜିକା ଦିନରେ ଛାତ୍ରଛାତ୍ରୀ କୁବାଟକୁ ଆପଣେଇ ନିଜର ଜୀବନକୁ ବରବାଦ କରୁଛନ୍ତି। ଏହାକୁ ନେଇ ସଚେତନତା ସୃଷ୍ଟି କରିବା ଦିଗରେ ବିଭିନ୍ନ ଧର୍ମାନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ଭଲ ରାସ୍ତାକୁ ଆଣିବା ପାଇଁ ପ୍ରୟାସ କରାଯାଉଛି, ଆଧ୍ଯାମିକ ଚେଚନା ବଳରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ବିଦ୍ୟାଳୟ କଲେଜ ଅନୁଷ୍ଠାନ ମାନଙ୍କରେ ପ୍ରବଚକଙ୍କ ଦ୍ବାରା ପ୍ରବଚନ ବ୍ଯବସ୍ଥା କରାଯାଉଥିବା ବେଳେ ବୁଧବାର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ମୁଖ୍ଯାଳୟ ସ୍ଥିତ ଓଡିଶା ଆଦର୍ଶ ବିଦ୍ଯାଳୟ ପ୍ରାଙ୍ଗଣରେ ମଧ୍ୟ ଏକ ଆଧ୍ୟାତ୍ମିକ ପ୍ରବଚନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପ୍ରବାଚକ :- ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଓଡ଼ିଶାର ବିଶିଷ୍ଟ ବୈଦିକ ବିଦ୍ୱାନ, ଦୟାନନ୍ଦ ଆଦର୍ଶ ଗୁରୁକୂଳ, ପରିଛଳ, ଖୋର୍ଦ୍ଧାର ପ୍ରତିଷ୍ଠାତା ତଥା ଓଟିଭି ଚ୍ୟାନେଲର ସର୍ବେ ଭବନ୍ତୁ ସୁଖିନଃ କାର୍ଯ୍ୟକ୍ରମର ନିୟମିତ ପ୍ରବଚକ ଓ ପ୍ରାର୍ଥନା ଚ୍ୟାନେଲର ପ୍ରସାରିତ ବାଳକେ ମୋର ବୋଲକର, ଉପନିଷଦର ଉପକଥା, ଜ୍ଞାନଗୁରୁ ଆଦି ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ବିଶିଷ୍ଟ ପ୍ରବଚକ ଉକ୍ତ ବିଦ୍ୟାଳୟର ରେ ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଧାରିତ ପ୍ରବଚନ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ଯକ୍ଷ ସତ୍ଯ ନାରାୟଣ ମୁଣ୍ତଛିନା ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିବାବେଳେ ଆଚାର୍ଯ୍ୟ ଗୁରୁକୁଳ ଆଶ୍ରମ ପରିଛଳ ଗୋପାଳ କୃଷ୍ଣ ସାଧବ, ଶଶୀ ଭୂଷଣ ନାଏକ (ବେଦ ପ୍ରଚାରକ କେନ୍ଦ୍ରାପଡ଼ା), ଜଗନ୍ନାଥ ଭାଇ (ବୈଦିକ ପରିବାର ସଦସ୍ୟ), ଅଶ୍ବିନ ସେନାପତି (କଳମପୁର ସମାଜସେବକ), ଚନ୍ଦ୍ର ଶେଖର ସାହୁ (ସେକ୍ସନ ଅଫିସର ତହସିଲ ଅଫିସ କଳମପୁର, ଯୋଗ ଶିକ୍ଷକ), ଓଡିଶା ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ସୀତାକାନ୍ତ ରଣା, ବିଦ୍ୟାଳୟ ଶିକ୍ଷକ ଟିପୁନ ମହାଲିକ, ମୁକେଶ ସାହୁ, କ୍ଷୀରସିନ୍ଧୁ ଲୁହା, ସିଦ୍ଧେଶ୍ବର ଭୋଇ, ପ୍ରଦୀପ କୁମାର ନାଗ, ସଂଜୀବ କୁମାର ଭୋଇ, ଲୋହିତ କୁମାର ନାଗ କୁମାରି ସଂଗୀତା ଧୂରୁଆ, ଶେଫାଳି ତନ୍ତି, ସଂଜୀବ କୁମାର ଭୁଏ, ଦେବବ୍ରତ ଦାସ, ବିଶ୍ବନାଥ ହେମ୍ବ୍ରମ, ଲିପିଶ୍ରୀ ବାରିକ, ଆଲୋକ କୁମାର ମହନ୍ତ, ରଣଜିତ ସାହୁ, ପରମେଶ୍ବର ସାମଲ ପ୍ରମୁଖ ଙ୍କ ସମେତ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ଯାନ୍ଯ ବ୍ଯକ୍ତି ବିଶେଷ ଉପସ୍ଥିତ ରହିଥିଲେ। ଏବଂ ପ୍ରବଚନ ଶେଷରେ ଅନୁଷ୍ଠାନ ର ଶିକ୍ଷକଙ୍କ ଦ୍ଵାରା ପ୍ରବାଚକ ଶ୍ରୀ ପଣ୍ଡା ଙ୍କୁ ଉତ୍ତରୀୟ ଓ ଏକ ଫୋଟୋ ଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l