ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା !
ଆଲବମ୍ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁ ରବିବାର ବଲାଙ୍ଗୀର ଜିଲା ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ।
ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ରୁଚିସ୍ମିତା ଗୁରୁ ଜଣେ କଣ୍ଠଶିଳ୍ପୀ ଭାବେ ମଧ୍ୟ ଜଣାଶୁଣା।ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି। ରୁଚିସ୍ମିତାଙ୍କ ବାପା କହିଲେ ଡିପ୍ରେସନରେ ଥିଲା ରୁଚିସ୍ମିତା। ଡିପ୍ରେସନ ପାଇଁ ଔଷଧ ମଧ୍ୟ ଖାଉଥିଲେ ରୁଚିସ୍ମିତା। ହେଲେ କେଉଁ କାରଣ ପାଇଁ ସେ ଡିପ୍ରେସ ଥିଲେ ତାହା ଅସ୍ପଷ୍ଟ ରହିଛି ।