ଇଂଜେସନ୍ ନେବାକୁ ଭୟ କରୁଥିବା ଲୋକଙ୍କ ପାଇଁ ଖୁସି ଖବର୍ । ନାଜାଲ କୋଭିଡ୍ ଟିକାକୁ ଅନୁମତି ।
ଏବେ ଅଠର ବର୍ଷରୁ ଅଧିକ ବୟସ୍କମାନଙ୍କୁ ଏହି ଟିକା ଦିଆଯାଇପାରିବ । ଏହା ଭାରତରେ ଅନୁମତି ଦିଆଯାଇଥିବା ପ୍ରଥମ ନାଜାଲ କୋଭିଡ୍ ଟିକା । କୋଭିଡକୁ ମୁକାବିଲା କରିବାରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।
ଇଂଜେସନ୍ ନେବାକୁ ଭୟ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏ ବିଷୟରେ ଟ୍ୱଟି କରି ସୂଚନା ଦେଇଛନ୍ତି । ଭାରାତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କୋଭିଡ୍ ଟିକା କୋଭାକ୍ସିନ୍ ପ୍ରସ୍ତୁତ କରାଯାଇଥିଲା । ଏହାକୁ ଭାରତ ସହ ବିଶ୍ୱର ଅନେକ ଦେଶର ମାନ୍ୟତା ମିଳିଛି ।
କୋଭିଡ୍ ଭୁତାଣୁ ନାକର ମ୍ୟୁକସରେ ଶରୀରରେ ପ୍ରବେଶ କରିଥାଏ । ଏହି ଟିକା କୋଭିଡକୁ ମୁକାବିଲା କରିବାରେ ବେଶ୍ ସହାୟକ ହେବ । ଏହା କେତେ ଫଳପ୍ରଦ ତାହା ବ୍ୟବହାର ହେଲା ପରେ ଜଣାପଡ଼ିବ।