ଇତିହାସ ରଚିଲା ‘ଆନିମଲ୍’
ନିକଟ ରେ ମୁକ୍ତିଲାଭ କରିଛିଫିଲ୍ମ ‘ଆନିମଲ’ | ରଣବୀର କପୁର, ଅନୀଲ କପୁର, ରଶ୍ମିକା ମନ୍ଦାନା, ବବି ଦେଓଲ ଆଦି ବଡ଼ ବଡ଼ ଷ୍ଟାର୍ଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଆନିମଲ’ ନେଇ ସିନେମା ସମୀକ୍ଷକଙ୍କ ଠାରୁ ମିଶାମିଶି ପ୍ରତିକ୍ରିୟା ମିଳିଥିଲା।ଏହା ରିଲିଜର ପ୍ରଥମ ଦିନ ହିଁ ୧୦୦ କୋଟି ବ୍ୟବସାୟ କରିଛି।
କେବଳ ଭାରତରେ ୬୩ କୋଟି ରୋଜଗାର କରିଥିବା ବେଳେ ସାରା ବିଶ୍ୱର ସିନେମାଘର ଆୟକୁ ମିଶାଇ ଫିଲ୍ମଟି ଏହି ମାଇଲଷ୍ଟୋନ ସହଜରେ ପାର କରିଛି। ଆଗକୁ ଛୁଟିଦିନ ଆସୁଥିବାରୁ ଏହା ଅନେକ ଫିଲ୍ମର ରେକର୍ଡକୁ ଭାଙ୍ଗିବ ବୋଲି କୁହାଯାଉଛି।ଫିଲ୍ମର କାହାଣୀ ରଚନା, ନିର୍ଦ୍ଦେଶନା ଓ ସମ୍ପାଦନା କରିଛନ୍ତି ସନ୍ଦୀପ ରେଡ୍ଡେୀ ଭାଙ୍ଗା। ରଣବୀରଙ୍କ ସିନେମା ଆନିମାଲ ଚଳିତ ବର୍ଷର ଦ୍ୱିତୀୟ ବଡ଼ ଓପନିଂ ସିନେମା ହୋଇଛି।